
ନୂଆଦିଲ୍ଲୀ, 20 ଜାନୁଆରି (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି)କୁ ଆଜି ନୂଆ ଜାତୀୟ ଅଧ୍ୟକ୍ଷ ମିଳିବାକୁ
ଯାଉଛି। ନିତିନ ନବୀନଙ୍କ ନାମର ଔପଚାରିକ ଘୋଷଣା ଦ୍ୱିପ୍ରହର ୧ଟା ୩୦ ମିନିଟ୍ ମଧ୍ୟରେ କରାଯିବ।
ବିଜେପି ମୁଖ୍ୟାଳୟରେ ସକାଳୁ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ଓ ଅନ୍ୟାନ୍ୟ ନେତାମାନଙ୍କ
ଆସିବା ଆରମ୍ଭ ହୋଇଯାଇଛି।
ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ନିତିନ ଗଡକରୀ, ରାଜନାଥ ସିଂହ, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବଙ୍କ ସହ ଅନେକ ନେତା ଦଳୀୟ ମୁଖ୍ୟାଳୟରେ ପହଞ୍ଚି
ସାରିଛନ୍ତି। ନିତିନ ନବୀନ ମଧ୍ୟ ମୁଖ୍ୟାଳୟରେ ଉପସ୍ଥିତ ଅଛନ୍ତି। ଏହି ସମାରୋହରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ।
ସୋମବାର ନିତିନ ନବୀନଙ୍କର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ଚୟନ ନିର୍ଦ୍ୱନ୍ଦ୍ୱରେ ହୋଇଥିଲା।
ତାଙ୍କ ବିରୋଧରେ କୌଣସି ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ। ନାମାଙ୍କନ ପ୍ରକ୍ରିୟା
ସମୟରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହିତ ୩୭ ଜଣ ବରିଷ୍ଠ ନେତା ତାଙ୍କ
ସମର୍ଥନରେ ପ୍ରସ୍ତାବ ଦାଖଲ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା