ପି ଏମ.ଶ୍ରୀ.ସରକାରୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
Odisha, 20 ଜାନୁଆରି (ହି.ସ.).ଖୋର୍ଦ୍ଧା,ଗୁରୁଜଂଗ ରେ ଥିବା ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକଙ୍କ ସଭାପତିତ୍ବ ଓ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥିମାନଙ୍କ ମଧ୍ୟରେ
ପି ଏମ.ଶ୍ରୀ.ସରକାରୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ


Odisha, 20 ଜାନୁଆରି (ହି.ସ.).ଖୋର୍ଦ୍ଧା,ଗୁରୁଜଂଗ ରେ ଥିବା ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକଙ୍କ ସଭାପତିତ୍ବ ଓ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥିମାନଙ୍କ ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଗୋଷ୍ଠି ଶିକ୍ଷା ଅଧିକାରୀ ଯାଜ୍ଞସେନୀ ସାହୁ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସମରେନ୍ଦ୍ର ନାଥ ଶତପଥୀ, ପଞ୍ଚ ଶଖା ଶିକ୍ଷା ସେତୁର ସଭାପତି ଅନ୍ତ ର୍ଯ୍ୟାମି ଭୂୟାଁ,କାଉନ୍‌ସିଲର ଲୀନା ସ୍ୱାଇଁ ଯୋଗ ଦେଇ କହିଲେ ଆଜି ଜିୟେ ପିଲା କାଲି ସେ ଦେଶର ଭବିଷ୍ୟତ, ଅବାଟରେ ନ ଯିବାପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।ଅତିଥି ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ମଞ୍ଚ ପରିଚାଳନା ଶିକ୍ଷକ ବିରଞ୍ଚି କୁମାର ସାହୁ ଓ ଶିକ୍ଷୟୀତ୍ରୀ ସୁଭଶ୍ରୀ ପ୍ରଧାନ କରିଥିବା ବେଳେ ଛାତ୍ରୀ ଦେବୀଦଭା ରଥ ଉତ୍ସବ ପ୍ରାରମ୍ଭରେ ଓଡ଼ିଶି ନୃତ୍ୟ ପରିବେଷଣ କରିଥିଲେ।ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ, ପରିଚାଳନା କମିଟି ଓ ସେବକ ସେବିକା ମାନେ କାର୍ଯ୍ୟରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande