ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ମୃତ୍ୟୁ
ଜୟପୁର, ୨୦ ଜାନୁଆରୀ(ହି.ସ.) – ଆତ୍ମହତ୍ୟା ଉଦ୍ୟମ କରିଥିବା ନବମ ଶ୍ରେଣୀ ଛାତ୍ରୀ ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ଫେବୃଆରୀ ୧୫ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନବମ ଶ୍ରେଣୀ ଛାତ୍ରୀଙ୍କ ଆଜି ଘରୋଇ ହସପିଟାଲରେ ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ମୃତ ଛାତ୍ରୀଙ୍କ ଦାଦା ଦ
ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ମୃତ୍ୟୁ


ଜୟପୁର, ୨୦ ଜାନୁଆରୀ(ହି.ସ.) – ଆତ୍ମହତ୍ୟା ଉଦ୍ୟମ କରିଥିବା ନବମ ଶ୍ରେଣୀ ଛାତ୍ରୀ ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ଫେବୃଆରୀ ୧୫ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନବମ ଶ୍ରେଣୀ ଛାତ୍ରୀଙ୍କ ଆଜି ଘରୋଇ ହସପିଟାଲରେ ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ମୃତ ଛାତ୍ରୀଙ୍କ ଦାଦା ଦିପକ ସରକାରଙ୍କ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ଝିଆରି ରାଇଘର ଆଦର୍ଶ ହାଇସ୍କୁଲରେ ନବମଶ୍ରେଣୀରେ ପଢୁଥିଲେ। ଗତ କିଛି ଦିନ ହେଲ ସେ ମାନସିକ ଦୁଶ୍ଚିନ୍ତାରେ ଥିଲା। କାରଣ ତା ଦେହରେ ଛଉ ହୋଇଥିବା ଯୋଗୁଁ ତାର ସାଙ୍ଗସାଥୀମାନେ ତା’ସହ ମିଶୁନଥିଲେ କି କଥାବାର୍ତା ମଧ୍ୟ ହେଉନଥିଲେ। ଏହି କାରଣରୁ ସେ ଗତ ୧୫ ତାରିଖ ଗୁରୁବାର ଦିନ ବିଶ ପି ଆତ୍ମହତ୍ୟା ଉଦ୍ୟମ କରିଥିଲା। ସ୍କୁଲ କର୍ତୁପକ୍ଷ ତୁରନ୍ତ ଉମରକୋଟ ଡାକ୍ତରଖାନାରେ ଭର୍ତି କରିବା ପରେ ସେଠାରୁ ନବରଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ କୋରାପୁଟ ବିକାଶ ଡାକ୍ତରଖାନା ନିଆଯାଇଥିଲା ଏବପ୍ସ ଶେଷରେ ଉଷା ଡାକ୍ତରଖାନାରେ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ହୋଇଯାଇଥିଲା। ଅଭିଯୋଗକୁ ଭିତିକରି ସଦର ପୋଲିସ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande