
ଜୟପୁର, ୨୦ ଜାନୁଆରି (ହି.ସ.) - ମାସିକ ପତ୍ରିକା “କ୍ରାନ୍ତି ଓଡ଼ିଆ ନ୍ୟୁଜ୍’ ଆଜି ଲୋକାର୍ପିତ ହୋଇଛି । ଜୟପୁରରୁ ପ୍ରକାଶ ପାଇଥିବା ଏହି ପତ୍ରିକାକୁ ସ୍ଥାନୀୟ ଯାଦବ ଭବନ ପରିସରରେ ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପତ୍ରିକାର ସଂପାଦକ ଭାନୁ ପ୍ରତାପ ନାୟକ ପ୍ରକାଶନ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଆଇନଜୀବୀ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପତ୍ରିକା ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିଟା ରମେଶ ପାତ୍ର, ମୁଖ୍ୟବକ୍ତା ଭାବେ ସରକାରୀ ଅଧିବକ୍ତା ତେଜେଶ୍ୱର ପଣ୍ଡା, ସମ୍ମାନୀତ ଅତିଥି ଭାବେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୂତାର ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଥିଲେ । କବି ତଥା ଗାଳ୍ପିକ କୃଷ୍ଣଚନ୍ଦ୍ର ହୋତା କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ କବିରାଜ ପରମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ.ସୁଧାଂଶୁ ଶେଖର ପଟ୍ଟନାୟକ, ସନ୍ତୋଷ ପାତ୍ର, ମଧୁସୂଦନ ପାତ୍ର, ସିମାଦ୍ରୀ ଶ୍ରୀନିବାସ, ଗଙ୍ଗାଧର ନାୟକ, ଦିଲୀପ କୁମାର ଦାସ, ସନ୍ମୁଖା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପତ୍ରିକା ଆଗାମୀ ଦିନରେ ଲୋକଙ୍କ ସେବା କରିବ ବୋଲି ଆଶା ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି