ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ
ମାଲକାନଗିରି, ୨୦ ଜାନୁଆରୀ (ହି.ସ.)- ପଡିଆ ବ୍ଳକ ଉଣ୍ଡୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ସରକାରୀ ଏସ.ଏସ.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବନାନି ମହାପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଅଛି l ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନ
ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ


ମାଲକାନଗିରି, ୨୦ ଜାନୁଆରୀ (ହି.ସ.)-

ପଡିଆ ବ୍ଳକ ଉଣ୍ଡୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ସରକାରୀ ଏସ.ଏସ.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବନାନି ମହାପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଅଛି l ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରାୟ, ସମ୍ମାନିତ ଅତିଥି ଭାବେ ପଡିଆ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଶ୍ଵିନୀ ମହାପାତ୍ର, ପଡିଆ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ଜେନା, ଅତିରିକ୍ତ ମଙ୍ଗଳ ଅଧିକାରୀ ଗୁରୁ ବନ୍ଧୁ ପୂଜାରୀ ଓ ବିଜେପି ରାଜ୍ୟ କାର୍ଯକାରୀ ସଦସ୍ୟ ଭବାନୀଶଙ୍କର ମୂଖାର୍ଜୀ, ପଡିଆ ବ୍ଳକ ବିଧାୟକ ପ୍ରତିନିଧି ମନଦିପନ ରାୟ, ପଡିଆ ବ୍ଲକ ବିଜେପି ସଭାପତି କୋଟାମ ବାଲାୟା, ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ଓୟୁଜେ ସଂଘର ରାଜ୍ୟ ସମ୍ପାଦକ ଏବଂ ଜିଲ୍ଲା ମାଲକାନଗିରିର ଏମୟୁଜେ ସଭାପତି ଦେବପ୍ରସାଦ ଦାସ ଓ ବିଶିଷ୍ଟ ଶିକ୍ଷାବିତ ଡ଼କ୍ଟର କିଶୋର କୁମାର ଦାସ, ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ସରପଞ୍ଚ କାନନ ବେଜ, କାଲିମେଳା ବ୍ଲକ ବିଜେପି ମଣ୍ଡଳ ସଭାପତି ରାମ ଚନ୍ଦ୍ର ବେଟି ପ୍ରମୁଖ ମଞ୍ଚାସିନ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଡିଆ ଏସଏସଡ଼ି ବିଦ୍ୟାଳୟର ଶିକ୍ଷକ ମନୋଜ ସ୍ୱାଇଁ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନାନୀ ମହାପାତ୍ର ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ଶେଷରେ ସଭା ସାଙ୍ଗ କରିଥିଲେ।

ପ୍ରଥମ କରି ଅନୁଷ୍ଠିତ ଏହି ପିଏମଶ୍ରୀ ଉତ୍ସବର ଉଦ୍ଦେଶ୍ୟ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ପରିପ୍ରକାଶ କରିବା। ଆଗାମୀ ୨୦୩୬ ମସିହାରେ ଓଡିଶାର ସ୍ଥିତି କେମିତି ଥିବ। ଏହାରି ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ଥିଲେ l ମଞ୍ଚାସୀନ ଅତିଥିଙ୍କ ପ୍ରେରଣା ପରେ ଉପସ୍ଥିତ ଅତିଥି ଏବଂ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କ ମନରଞ୍ଜନ ପାଇଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande