
କେନ୍ଦ୍ରାପଡ଼ା, ୨୦ ଜାନୁଆରୀ(ହି.ସ.) – ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିବା ଓ ସମଗ୍ର ପୂର୍ବ ଓଡିଶା ଅତିକ୍ରମ କରୁଥିବା ସ୍ୱଦେଶୀ ସଂକଳ୍ପ ରଥକୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱଦେଶୀ ଜାଗରଣ ମଂଚ ତରଫରୁ ରଥକୁ ତିନିମୁହାଣୀ ଛକରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇ ସ୍ୱଦେଶୀ ବସ୍ତୁ ବ୍ୟବହାର ଫଳରେ ଦେଶରେ ଦେଶୀୟ କାରିଗର, ଶିଳ୍ପୀକାର, ଦେଶୀୟ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପର ଆର୍ôଥକ ସ୍ଥିତି ସୁଦୃଢ ହେବା ସହ ଦେଶର ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱଦେଶୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇ ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ପଡିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବୁଧବାର ପ୍ରଭାତରେ ସ୍ଥାନୀୟ ତିନିମୁହାଣୀ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସ୍ୱଦେଶୀ ସଂକଳ୍ପ ଦୌଡର ଆୟୋଜନ କରାଯାଇଥିଲା। ସ୍ୱଦେଶୀ ଜାଗରଣ ମଂଚର କେନ୍ଦ୍ରାପଡ଼ା ଜିଲ୍ଲାସଂଯୋଜକ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମଂଚର ରାଜ୍ୟ ସଂଗଠନ ସମ୍ପାଦକ ରାଜେଶ ଦାଶ, ପ୍ରାନ୍ତ ପ୍ରଚାର ପ୍ରମୁଖ ତପନ କୁମାର ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ନେତା ଦୁର୍ଯ୍ୟୋଧନ ସାହୁ, କିଶୋର କୁମାର ପଣ୍ଡା, ଗୀତାଞ୍ଜଳୀ ସେଠୀ, ଅଭିମନ୍ୟୁ ଗୋଛାୟତ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି