
ଚେନ୍ନାଇ, 20 ଜାନୁଆରି (ହି.ସ.)- ତାମିଲନାଡୁ
ବିଧାନସଭାର ବର୍ଷ ୨୦୨୬ର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଥିଲା, କିନ୍ତୁ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟପାଳ ଓ ସରକାରଙ୍କ
ମଧ୍ୟରେ ବିବାଦ ଦେଖିବାକୁ ମିଳିଲା। ରାଜ୍ୟପାଳ ଆର୍.ଏନ୍. ରବି ଏଥର ମଧ୍ୟ ନିଜ ଅଭିଭାଷଣ ନପଢ଼ି ବିଧାନସଭାର
କାର୍ଯ୍ୟ ଛାଡ଼ି ଚାଲିଯାଇଥିଲେ। ରାଜ୍ୟପାଳ ଗୃହରେ ଜାତୀୟ ସଙ୍ଗୀତର ଅପମାନ ଏବଂ ମାଇକ୍
ବାରମ୍ବାର ବନ୍ଦ କରାଯାଉଥିବା ଅଭିଯୋଗ କରିଥିଲେ।
ଲୋକ ଭବନ ପକ୍ଷରୁ ଜାରି
କରାଯାଇଥିବା ସ୍ପଷ୍ଟିକରଣରେ କୁହାଯାଇଛି ଯେ ରାଜ୍ୟପାଳଙ୍କ ଭାଷଣରେ ଅନେକ ଆଧାରହୀନ ଅଭିଯୋଗ ଓ
ତଥ୍ୟାତ୍ମକ ତ୍ରୁଟି ଥିଲା। ବିଶେଷକରି ୧୨ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ପର୍କିତ ସୂଚନା
ଭ୍ରମକାରୀ ଏବଂ ଅସତ୍ୟ ଥିଲା। ଏହି କାରଣରୁ ରାଜ୍ୟପାଳ ଅଭିଭାଷଣରୁ ବିମୁଖ ହୋଇଥିଲେ।
ରାଜ୍ୟପାଳ ସଦନ ଛାଡ଼ିବା
ପରେ ଅଖିଲ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଡ଼ଗମ୍ (ଅନ୍ନାଦ୍ରମୁକ) ଏବଂ ଭାରତୀୟ ଜନତା
ପାର୍ଟି (ବିଜେପି)ର ବିଧାୟକମାନେ ମଧ୍ୟ ୱାକ୍ଆଉଟ୍ କରିଥିଲେ।
ଅନ୍ୟ ପଟେ, ରାଜ୍ୟପାଳ ଗୃହ ଛାଡ଼ି ଯିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ୍.କେ.
ଷ୍ଟାଲିନ୍ ବିଧାନସଭାରେ ରାଜ୍ୟପାଳଙ୍କ ବିରୋଧରେ ଖଣ୍ଡନ ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ
ଯେ ବିଧାନସଭାର ନିୟମ ଅନୁଯାୟୀ ସରକାର ଦ୍ୱାରା ପ୍ରଦାନ କରାଯାଇଥିବା ଅଭିଭାଷଣର ପ୍ରତିରେ କୌଣସି
ପ୍ରକାରର ପରିବର୍ତ୍ତନ କରିବାର ଅଧିକାର ରାଜ୍ୟପାଳଙ୍କ ପାଖରେ ନାହିଁ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ
ପୁନରୁଚ୍ଚାରଣ କରିଥିଲେ ଯେ ଦେଶରେ ରାଜ୍ୟପାଳ ପଦକୁ ହିଁ ସମାପ୍ତ କରାଯିବା ଉଚିତ।
ବିଧାନସଭା ଅଧ୍ୟକ୍ଷ
ଅପ୍ପାଭୁ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ନିୟମ ଅନୁଯାୟୀ ହିଁ “ୱାଜ୍ଥୁ” ବଜାଯାଇଥିଲା ଏବଂ ଏହି ସତ୍ୟ ରାଜ୍ୟପାଳଙ୍କୁ ବୁଝାଇବା ସତ୍ତ୍ୱେ ସେ
ୱାକ୍ଆଉଟ୍ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା