
ନୂଆଦିଲ୍ଲୀ, ୨୦ ଜାନୁଆରୀ(ହି.ସ.) – କେନ୍ଦ୍ର ସରକାର ରାଷ୍ଟ୍ରୀୟ ରାଜମାର୍ଗ(ଏନ୍ଏଚ୍)ରେ ଟୋଲ୍ ଶୁଳ୍କ ଆଦାୟକୁ ଶକ୍ତ କରିବା ପାଇଁ କେନ୍ଦ୍ର ମୋଟର ବାହନ(ଦ୍ୱିତୀୟ ସଂଶୋଧନ) ନିୟମ, ୨୦୨୬ ଅଧିସୂଚିତ କରିଛନ୍ତି। ଏହି ପରିବର୍ତନ ପରେ ଯଦି କୌଣସି ବାହନ ଉପରେ ଟୋଲ୍ ଶୁଳ୍କ ବାକି ଅଛି, ତେବେ ସେହି ଗାଡ଼ି ସହିତ ଯୋଡ଼ିଥିବା କାର୍ଯ୍ୟକୁ ରୋକିଦିଆଯିବ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଂଳୟ ଅନୁଯାୟୀ ଯଦି ଏବେ କୌଣସି ବାହନ ଉପରେ ଟୋଲ୍ ଶୁଳ୍କ ବାକି ଅଛି, ତେବେ ଏହାର ପ୍ରମାଣପତ୍ର(ଏନ୍ଓସି) ଜାରି ହେବନାହିଁ ମାନେ ବାହନର ମାଲିକାନା ଆଉ କାହାକୁ ହସ୍ତାନ୍ତରିତ କରାଯାଇ ପାରିବ ନାହିଁ ଏବଂ ଅନ୍ୟ ରାଜ୍ୟକୁ ନିଆଯାଇ ପାରିବ ନାହିଁ। ଏହିପରି ଫିଟ୍ନେସ ପ୍ରମାଣପତ୍ରର ନବୀନିକରଣ ମଧ୍ୟ ସେତେବେଳେ ହେବ ଯେତେବେଳେ ଟୋଲ୍ ଶୁଳ୍କର ବକାୟା ଦିଆଯାଇଥିବ। ବାଣିଜ୍ୟିକ ବାହନର ରାଷ୍ଟ୍ରୀୟ ପରମିଟ୍ ନେବା ପାଇଁ ମଧ୍ୟ ଏହି ସର୍ତ ପୁରା କରିବାକୁ ପଡ଼ିବ, କୌଣସି ଟୋଲ୍ ଶୁଳ୍କ ବାକି ନହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି