ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ପାରମ୍ପରିକ ଲୋକ ସଙ୍ଗୀତ ଓ ଗୀତ କୁଡ଼ିଆ ପ୍ରତିଯୋଗିତା
ମାଲକାନଗିରି, ୨୦ ଜାନୁଆରୀ (ହି.ସ.)- ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ପାରମ୍ପରିକ ଲୋକ ସଙ୍ଗୀତ ଓ ଗୀତ କୁଡ଼ିଆ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତି ଭଵନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ରୁ ଉର୍ଧ୍ୱ କଳାକାର ଓ ଆଦିବାସୀ ଗୀତ କୁଡ଼ିଆ ଗାୟକ,
ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ପାରମ୍ପରିକ ଲୋକ ସଙ୍ଗୀତ ଓ ଗୀତ କୁଡ଼ିଆ ପ୍ରତିଯୋଗିତା,


ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ପାରମ୍ପରିକ ଲୋକ ସଙ୍ଗୀତ ଓ ଗୀତ କୁଡ଼ିଆ ପ୍ରତିଯୋଗିତା,


ମାଲକାନଗିରି, ୨୦ ଜାନୁଆରୀ (ହି.ସ.)-

ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ପାରମ୍ପରିକ ଲୋକ ସଙ୍ଗୀତ ଓ ଗୀତ କୁଡ଼ିଆ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତି ଭଵନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ରୁ ଉର୍ଧ୍ୱ କଳାକାର ଓ ଆଦିବାସୀ ଗୀତ କୁଡ଼ିଆ ଗାୟକ, ଗାୟିକା ମାନେ ଯୋଗଦେଇ ପାରମ୍ପରିକ ସଙ୍ଗୀତ ପରିବେଷଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସଂନ୍ତ୍ରାସ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥି ଭାବେ ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳାଇ ଯୋଗଦେଇ ଅନୁଷ୍ଠାନିକ ଭାବେ ଲୋକ ସଙ୍ଗୀତ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାରମ୍ପରିକ ଲୋକ କଳା, ସଂସ୍କୃତି, ଲୋକ ସଙ୍ଗୀତ ଧିରେ ଧିରେ ଲୋପ ପାଇଯାଉଥିବା ବେଳେ ଏବେ ବି ମାଲକାନଗିରି ଜିଲ୍ଲା ଵନବାସୀ ମାନେ ପୁରୁଣା ଗୀତ କୁଡ଼ିଆ, ଲୋକ ସଙ୍ଗୀତକୁ ବଞ୍ଚାଇ ରଖିଛନ୍ତି ବୋଲି କହିଥିଲେ।

ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେମାନଙ୍କ ପାରମ୍ପରିକ ସଙ୍ଗୀତ ପରିବେଶଣ କରିଥିଲେ l ଗୁପ୍ତେଶ୍ୱର ପାଣିଗ୍ରାହୀ, ଶୁରେଶ ରାଓ, ଘେନୁ ମୁଦୁଲି ବିଚାରପତି ମଣ୍ଡଳିରେ କାର୍ଯ୍ୟ ତୁଲାଇ ଥିବାବେଳେ ଶ୍ୟାମସୁନ୍ଦର ନାୟକ, ବିନାଶ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଲୋକ ସଙ୍ଗୀତ ପ୍ରତିଯୋଗିତା ଶେଷରେ ଅତିଥି ମାନେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ଜିଲ୍ଲା ସଂସ୍କୃତି ବିଭାଗର ଦେବାଶିଷ ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାସ, ଦ୍ବିତୀକୃଷ୍ଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande