ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ ୧୫୦ ବର୍ଷ ପୂର୍ତି ଉତ୍ସବ ପାଳିତ
ବଲାଙ୍ଗୀର, ୨୦ ଜାନୁଆରୀ(ହି.ସ.) – ତୁଷୁରା ବିଜ୍ଞାପିତ ଅଂଚଳ ପରିଷଦ ଆନୁକୂଲ୍ୟରେ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ’ର ୧୫୦ ବର୍ଷ ପୂର୍ତି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ତହସିଲଦାର ତଥା ଇଓ ଆର୍ତତ୍ରାଣ ଥାଟି ଯୋଗଦେଇ ଏହି ଅବସରରେ ପୂ
ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ ୧୫୦ ବର୍ଷ  ପୂର୍ତ୍ତି ଉତ୍ସବ ପାଳିତ


ବଲାଙ୍ଗୀର, ୨୦ ଜାନୁଆରୀ(ହି.ସ.) – ତୁଷୁରା ବିଜ୍ଞାପିତ ଅଂଚଳ ପରିଷଦ ଆନୁକୂଲ୍ୟରେ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ’ର ୧୫୦ ବର୍ଷ ପୂର୍ତି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ତହସିଲଦାର ତଥା ଇଓ ଆର୍ତତ୍ରାଣ ଥାଟି ଯୋଗଦେଇ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମସ୍ତେ ରାଷ୍ଟ୍ର ଭକ୍ତିରେ ଉଦ୍‌ବୁଦ୍ଧ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସରିତା ମାଝି, ସେକ୍‌ସନ୍ ଅଫିସର ସୁନିତା ପଣ୍ଡା ଓ ତୁଷୁରା ଡିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ ପ୍ରଧାନ ଯୋଗ ଦେଇଥିଲେ। ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଂଚାଳନ କରିଥିଲେ। ସୌଭାଗ୍ୟ କୁମାର ନାଏକ, ରମାକାନ୍ତ ବିଶ୍ୱାଲ ପିଂଟୁ ବିଶ୍ୱାଲ ଓ ଏନ୍‌ଏସି ତୁଷୁରାର ସମସ୍ତ କର୍ମଚାରୀ ତଥା ସମସ୍ତ ବିଦ୍ୟାଳୟର ଗାଇଡ୍ ଶିକ୍ଷକ ଶିକ୍ଷିକା ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande