ପାର୍ଟିକୁ ନୂଆ ଶକ୍ତି ଏବଂ ଦିଗ ଦେବେ ନିତିନ ନବୀନ- ଆଦିତ୍ୟନାଥ
ନୂଆଦିଲ୍ଲୀ, ୨୦ ଜାନୁଆରୀ(ହି.ସ.) – ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏଠାରେ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ବଧାଇ ସହିତ ଉଜ୍ଜ୍ୱଳ ଭବିଷ୍ୟର ଶୁଭକାମନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପିର କେନ୍ଦ୍ରୀୟ ମୁଖ୍ୟା
ପାର୍ଟିକୁ ନୂଆ ଶକ୍ତି ଏବଂ ଦିଗ ଦେବେ ନିତିନ ନବୀନ- ଆଦିତ୍ୟନାଥ


ନୂଆଦିଲ୍ଲୀ, ୨୦ ଜାନୁଆରୀ(ହି.ସ.) – ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏଠାରେ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ବଧାଇ ସହିତ ଉଜ୍ଜ୍ୱଳ ଭବିଷ୍ୟର ଶୁଭକାମନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପିର କେନ୍ଦ୍ରୀୟ ମୁଖ୍ୟାଳୟରେ ମଙ୍ଗଳବାର ଦିନ ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଶୁଭକାମନା ଦେଇଛନ୍ତି। ଆଦିତ୍ୟନାଥ କହିଛନ୍ତି, ଆପଣଙ୍କ କୁଶଳ ନେତୃତ୍ୱ, ସଂଗଠନାତ୍ମକ ଅନୁଭବ ଏବଂ ଦୂରଦର୍ଶିତାରେ ପାର୍ଟିକୁ ନୂଆ ଶକ୍ତି-ଦିଗ ମିଳିବ ତଥା ଲୋକତାନ୍ତ୍ରିକ ମୂଲ୍ୟକୁ ଆହୁରି ମଜଭୁତ ହେବ। ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ଉତର ପ୍ରଦେଶକୁ ମଧ୍ୟ ଆପଣଙ୍କ ନିରନ୍ତର ମାର୍ଗଦର୍ଶନ ପ୍ରାପ୍ତ ହେବ। ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ପୂର୍ଣ୍ଣ ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆପଣ ଅନ୍ତୋଦୟ ପଥରେ ଚାଲି ନିଜର ନିଷ୍ଠା ଏବଂ ସମର୍ପଣରେ ସଂଗଠନକୁ ନୂଆ ଉଚ୍ଚତା ପ୍ରଦାନ କରିବ ଏବଂ ସମସ୍ତ କର୍ମଠ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ରାଷ୍ଟ୍ର ପ୍ରଥମର ଭାବକୁ ଆହୁରି ସୁଦୃଢ଼ କରିବ। ଆପଣଙ୍କ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଅନନ୍ତ ଶୁଭକାମନା ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande