ଉଦୟ ଇଣ୍ଡିଆ ପ୍ରତିଭା ସମ୍ମାନ-୨୦୨୬
କେନ୍ଦ୍ରାପଡ଼ା, ୨୦ ଜାନୁଆରୀ(ହି.ସ.) – ବିକଶିତ ଓଡ଼ିଶା ଭିଜନ–୨୦୩୬କୁ କେନ୍ଦ୍ରକରି ଉଦୟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ‘ଉଦୟ ଇଣ୍ଡିଆ ପ୍ରତିଭା ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଗତ ୧୮ ଜାନୁଆରୀ
ଉଦୟ ଇଣ୍ଡିଆ ପ୍ରତିଭା ସମ୍ମାନ-୨୦୨୬


କେନ୍ଦ୍ରାପଡ଼ା, ୨୦ ଜାନୁଆରୀ(ହି.ସ.) – ବିକଶିତ ଓଡ଼ିଶା ଭିଜନ–୨୦୩୬କୁ କେନ୍ଦ୍ରକରି ଉଦୟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ‘ଉଦୟ ଇଣ୍ଡିଆ ପ୍ରତିଭା ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଗତ ୧୮ ଜାନୁଆରୀରେ ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ଏହି ଗରିମାମୟ ସମାରୋହରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ସରକାରଙ୍କ ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ, ପଶୁସମ୍ପଦ ଉନ୍ନୟନ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀଙ୍କ ଗରିମାମୟ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶିକ୍ଷା, ସାହିତ୍ୟ, ମାଧ୍ୟମ, ସାର୍ବଜନିକ ନୀତି ଓ ଆନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ ଦୁଇ ଦଶକ ଧରି ନିରନ୍ତର ଓ ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ପ୍ରଫେସର ଦାଶଙ୍କୁ ଏହି ସମ୍ମାନ ଦିଆଯାଇଛି। ୨,୫୦୦ରୁ ଅଧିକ ସାକ୍ଷାତକାର ଓ ପ୍ୟାନେଲ ଆଲୋଚନା ମାଧ୍ୟମରେ ସେ ସାମ୍ପ୍ରତିକ ଘଟଣାବଳୀ, ଭାରତର ବିଦେଶ ନୀତି ଓ ବିଶ୍ୱ ଭୌଗୋଳିକ ପରିବର୍ତନକୁ ସରଳ ଓଡ଼ିଆ ଭାଷାରେ ସାଧାରଣ ଲୋକଙ୍କ ପାଖକୁ ପହଂଚାଇଛନ୍ତି। କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ସହ-ପ୍ରତିଷ୍ଠାତା ଭାବେ ପ୍ରଫେସର ଦାଶ ଓଡ଼ିଶାର ସାହିତ୍ୟ, କଳା ଓ ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ମଂଚରେ ପରିଚିତ କରାଇଛନ୍ତି। ସମ୍ମାନ ଗ୍ରହଣ କରି ସେ କହିଥିଲେ ଯେ, ଏହି ସ୍ୱୀକୃତି ଓଡ଼ିଶାର ମାଟି, ଲୋକ ଓ ସାମୁହିକ ପ୍ରୟାସର ପ୍ରତିଫଳ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande