

ବଲାଙ୍ଗିର, 20 ଜାନୁଆରି (ହି.ସ.)
ଆଜି ବଲାଙ୍ଗିର ଉଠା ଦୋକାନି ସଂଘ ଦ୍ୱାରା ଶହ ଶହ ଉଠା ଦୋକାନିଙ୍କୁ ନେଇ ବଲାଙ୍ଗିର ସହରରେ ଭାଇଚାରା, ସାମ୍ବାଧାନିକ ଅଧିକାର ଓ ଏକତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରା ହୋଇଥିଲା ଓ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ହୋଇଥିବା ସାଧାରଣ ସଭାରେ ସଭାପତି ଶମ୍ଭୁ ନାଗ ଙ୍କ ସଂଯୋଜନା କରିଥିବା ବେଳେ ଅତିଥିମାନେ ଯୋଗଦେଇ ଉଠାଦୋକାନୀଙ୍କ ଥଇଥାନ ଓ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଜାତୀୟ ଉଠା ଦୋକାନୀ ସଂଘ (ନାସଭି) ର ପ୍ରତିନିଧି ଭାବରେ ରାଜିବ କୁମାର ଯୋଗ ଦେଇ ଉଠା ଦୋକାନୀଙ୍କ ବିଭିନ୍ନ ସରକାରୀ ସୁବିଧା ଓ କେନ୍ଦ୍ର ସରକାରଙ୍କ ୨୦୧୪ ନିୟମ ଅନୁସାରେ ସମସ୍ତେ କିପରି ସମସ୍ତ ସୁବିଧାମାନ ପାଇ ପାରିବେ ସେ ଉପରେ ସୂଚନା ଦେଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବିଶିଷ୍ଟ ଆଇନଜ୍ଞ ପ୍ରମୋଦ କୁମାର ମିଶ୍ର, କାଉନସିଲର କିଶୋର କୁମ୍ଭାର, ଅରବିନ୍ଦ ପରୁଆ, ପ୍ରଦୀପ ମିଶ୍ର, ଇସ୍ମତ ଆରା ଖାନ, ପିଙ୍କି କବାଟ ପ୍ରମୁଖ ଯୋଗ ଦେଇ ସଭାକୁ ଉଦ୍ବୋଧନ ଦେଇଥିଲେ । ଏଥିରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କମ୍ ଦିନ ମଧ୍ୟରେ ଭେଣ୍ଡିଂ ଜୋନ ମାଧ୍ୟମରେ ପ୍ରାୟ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସଂଘର ବିଶ୍ୱଜିତ ସାହୁ, ବରୁଣ ବାଗ, ଟିଲେଶ୍ୱର ରଣା, ସୁଦାମ ସିଂ, ଭକ୍ତରାମ କର୍ମୀ, ଶତୃଘନ ବାଗ, ଗୋପାଲ ସାହୁ, ପ୍ରଫୁଲ୍ଲ ଭ୍ୟାସ, ବିଘ୍ନ ନାଏକ, କର୍ଣ୍ଣରାଜ ପାଣିଗ୍ରାହୀ, ଶୁଭମ ହୋତା, ମୋହନ ଦଲବେହେରା, ନାରାୟଣ ରାଉତ, ପ୍ରଶାନ୍ତ ସେଠ, ପ୍ରଫୁଲ୍ଲ ବିଶୋଇ, ଦିପକ ମହାପାତ୍ର, ଆନନ୍ଦ ପାତ୍ର, ସୁନିଲ ମେହେର, ବିବେଶ ଦୋରା, ନିଳାମ୍ବର ବିଶି, ହରିଶଙ୍କର ସେଠି, ନବଘନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ