

ମାଲକାନଗିରି, ୨୦ ଜାନୁଆରୀ(ହି.ସ.) – ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଠାରେ ବେଆଇନ ଭାବେ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଦୁଇଟି ଗୋରୁ ବୋଝେଇ କଂଟେନର ଜବତ କରିଛି ପୋଲିସ। ସୋମବାର ରାତ୍ରରେ ଗୋବିନ୍ଦପାଲ୍ଲୀ ଫାଣ୍ଡି ଅଧିକାରୀ ପଦ୍ମନ ପୂଜାରୀ ପାଟ୍ରୋଲିଂ କରୁଥିବାବେଳେ ସନ୍ଦେହ ହେବାରୁ ଜୟପୁର ଆଡ଼ୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଦୁଇଟି ଆବଦ୍ଧ ଗାଡ଼ିକୁ ଅଟକ ରଖି ତନଖି କରିଥିଲେ। ଦୁଇଟି ଟ୍ରକ୍ରେ ଗୋରୁ ବୋଝେଇ ହୋଇଥିବା ଦେଖି ଗାଡ଼ି ଦୁଇଟିକୁ ଅଟକ ରଖିଥିଲେ। ସନ୍ତୋଷ ଜନକ କାଗଜ ପତ୍ର ଦେଖାଇ ନପାରିବା, ସନ୍ତୋଷ ଜନକ ଉତର ଦେଇ ନପାରିବାରୁ କେସ୍ ନମ୍ବର ୧୫/୨୦୨୬ରେ ମାମଲା ରୁଜୁ କରିଛି ମାଥିଲି ପୋଲିସ। ଏହାର ତଦନ୍ତକାରୀ ଅଧିକାରୀ ଭାବେ ସବିତା ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ୮୫ଟି ଗୋରୁ ଓ ଗାଡ଼ି ସମେତ ଏହି କାର୍ଯ୍ୟରେ ଜଡ଼ିତ ପାଂଚଜଣ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଉକ୍ତ ଗୋରୁଗୁଡ଼ିକୁ ମାଜି ଷ୍ଟେଟଙ୍କ ଉପସ୍ଥିତିରେ ଗଣନା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ