
ଧର୍ମଶାଳା,୨୦ଜାନୁଆରୀ(ହି.ସ.) - ସମ୍ପ୍ରତି ସମୟରେ ନିଜର ଜନ୍ମ ଦିନକୁ ରଙ୍ଗାରଙ୍ଗ ଓ ବ୍ୟୟ ବହୁଳଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଜଣେ ଯୁବ ସମାଜସେବୀ ନିଆରା ଢଙ୍ଗରେ ବୃଦ୍ଧାଶ୍ରମରେ ନିଜ ଜନ୍ମ ଦିନ ପାଳନ କରିବା ନେଇ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଶଂସା କରାଯିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏଭଳି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ଅନ୍ତର୍ଗତ ସାହାପଡାସ୍ଥିତ ବୃଦ୍ଧାଶ୍ରମ ପରିସରରେ । ରସୁଲପୁର ଅଂଚଳର ଯୁବ ସମାଜସେବୀ ଦିବ୍ୟଜ୍ୟୋତି ପତି ଆଜି ନିଜ ଜନ୍ମ ଦିନକୁ ସାହାପଡାସ୍ଥିତ ବୃଦ୍ଧାଶ୍ରମ ପରିସରରେ ଅନ୍ତେବାସୀଙ୍କ ଗହଣରେ ନିଜ ଶୁଭେଚ୍ଛଙ୍କ ସହ ପାଳନ କରିଛନ୍ତି । ଅନ୍ତେବାସୀଙ୍କୁ ରନ୍ଧନ ଖାଦ୍ୟର ବ୍ୟବସ୍ଥା କରାଯିବା ସହିତ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରି ସେମାନଙ୍କଠାରୁ ଆର୍ଶୀବାଦ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମର ମୁଖ୍ୟ ପରିଚାଳକ ସତ୍ୟ ସୁନ୍ଦର ସାହୁଙ୍କ ସମେତ ପ୍ରମୋଦ ପତି ଫାଉଁଣ୍ଡେସନର ସାଂଗଠନିକ ସମ୍ପାଦକ ସନ୍ତୋଷ ସାହୁ,ଚିତ ରଂଜନ ଦାସ,ମହମ୍ମଦ ଅଲ୍ଲୀ,ପ୍ରକାଶ ପରିଡା,ସୁମନ୍ତ ଦାସ,ଦୀନେଶ ସାହୁ,ସ୍ମୃତି ସାଗର ସାହୁ,ଚଗନ ମଲ୍ଲିକ,ରାହୁଲ ନାୟକ ଓ ଚିତ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ