
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଇଂରେଜ ଶାସନର
ଅନ୍ୟାୟ,
ଶୋଷଣ ଓ ଦମନମୂଳକ ନୀତି ବିରୋଧରେ ଓଡ଼ିଶାର ମାଟିରୁ ଯେଉଁ ସ୍ୱାଧୀନତା
ସଂଗ୍ରାମର ଜ୍ୱାଳା ଉତ୍ପନ୍ନ ହୋଇଥିଲା, ସେହି ସଂଗ୍ରାମର ଅଗ୍ରଣୀ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ ମହାନ
ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହାଜୁରୀ ବା ଚାଖି ଖୁଣ୍ଟିଆ । ଜଗନ୍ନାଥ ମହାପ୍ରଭୁଙ୍କ ସେବାକୁ
କେନ୍ଦ୍ର କରି ସାଧାରଣ ଲୋକଙ୍କୁ ଏକତ୍ରିତ କରି ଇଂରେଜ ଶାସନ ବିରୋଧରେ ସେ ଯେଉଁ ସଚେତନତା ଓ
ସଂଗଠନ ଗଢ଼ି ତୋଳିଥିଲେ, ତାହା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ।
ଆଜି ସେହି ମହାନ
ବରପୁତ୍ରଙ୍କ ସ୍ମୃତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ମାଲ୍ୟାର୍ପଣ
କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଚନ୍ଦନ ହାଜୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
କରି ତାଙ୍କ ଅଦ୍ୱିତୀୟ ଦେଶପ୍ରେମ, ବଳିଦାନ ଓ ସଂଗ୍ରାମମୟ ଜୀବନକୁ ସ୍ମରଣ କରାଯାଇଥିଲା । ଏହି ଅବସରରେ
ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ସୂଚନା
ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ବରିଷ୍ଠ
ଅଧିକାରୀ ଓ କର୍ମଚାରୀମାନେ ସହ ଉପସ୍ଥିତ ବ୍ୟକ୍ତିବିଶେଷମାନେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ
ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚନ୍ଦନ ହାଜୁରୀଙ୍କ ଦେଶପ୍ରେମ, ଆତ୍ମବଳିଦାନ ଓ ଜନସାଧାରଣଙ୍କୁ ସଂଗଠିତ କରିବାର ଆଦର୍ଶ ଆଗାମୀ ପିଢ଼ି
ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା