
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଶ୍ରୀଜଗନ୍ନାଥଙ୍କ
ପରମ ଭକ୍ତ ଚନ୍ଦନ ହଜୁରୀଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ଅମର ସଂଗ୍ରାମୀ
ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ
ଅବସରରେ ଭକ୍ତିପୂତ ପ୍ରଣାମ। ମାତୃଭୂମିର ସେବା ଓ ସ୍ୱାଭିମାନ ରକ୍ଷା କ୍ଷେତ୍ରରେ ତାଙ୍କର
ଅତୁଳନୀୟ ଅବଦାନ ସଦା ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା