ଭଣ୍ଡାରିପୋଖରୀ ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକଙ୍କୁ କିଏ ସୁରକ୍ଷା ଯୋଗାଉଛି – କଂଗ୍ରେସ
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ଭଣ୍ଡାରିପୋଖରୀର ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ଥାଇ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା କାହିଁକି ଏଫଆଇଆର କରୁନାହିଁ ଏବଂ ନିଜେ ଏହି ଅର୍ଥନୈତିକ ଅପରାଧ ସଂକ୍ରାନ୍ତୀୟ ଘଟଣାର ତଦନ୍ତ କରିବା ପରିବର୍ତେ ଇଡି ଏବଂ ଭଦ୍ରକ ଏସ୍
ନରପହଗଦ


ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ଭଣ୍ଡାରିପୋଖରୀର ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ଥାଇ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା କାହିଁକି ଏଫଆଇଆର କରୁନାହିଁ ଏବଂ ନିଜେ ଏହି ଅର୍ଥନୈତିକ ଅପରାଧ ସଂକ୍ରାନ୍ତୀୟ ଘଟଣାର ତଦନ୍ତ କରିବା ପରିବର୍ତେ ଇଡି ଏବଂ ଭଦ୍ରକ ଏସ୍‌ପିଙ୍କୁ ଚିଠି ଲେଖି ମାସ ମାସ ଧରି କାହିଁକି ଚୁପ ବସି ରହିଛନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ବିଗତ ୫ ବର୍ଷ ଭିତରେ ବିଧାୟକ ସଂଜୀବ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ଯେଉଁ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ଉଭୟଙ୍କର ବାର୍ଷିକ ଆୟ ହାରାହାରି ଏକକୋଟି ଟଙ୍କା ହେବ । ଏପରିକି ତାଙ୍କର ଯେତେସବୁ ବ୍ୟବସାୟୀକ ଅନୁଷ୍ଠାନ ଅଛି ଏବଂ ସେଥିରେ ଯେଉଁ ଟଙ୍କା ଖଟାଯାଇଛି ତାହା ୧୦୦ କୋଟି ଟଙ୍କାରୁ କମ ହେବନାହିଁ । ତାହାହେଲେ ଏତେ ସବୁ ଟଙ୍କା ଶ୍ରୀ ମଲ୍ଲିକ ବିଧାୟକ ହେଲାପରେ କେଉଁଠୁ ଆସିଲା ତାହାର କୌଣସି କୈଫତ ଦେଇନାହାନ୍ତି । ଏପରିକି ନିଜ ସଂସ୍ଥାରେ କାମ କରୁଥିବା କର୍ମଚାରୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ନଗଦ ଆକାରରେ ଡିପୋଜିଟ କରାଇ ସେହି ଟଙ୍କାକୁ ପୁର୍ନବାର ନିଜ ବ୍ୟବସାୟିକ ଖାତାକୁ ନିଆଯାଇଛି। ଏତେ ଗୁଡ଼ିକ ନଗଦ ଟଙ୍କା କାହିଁକି କର୍ମଚାରୀମାନଙ୍କ ଆକାଉଣ୍ଟରେ ଡିପୋଜିଟ ହେଉଥିଲା । ଏ ଟଙ୍କାର ମୂଳ ଉତ୍ସ କଣ ଏହାର ବିଧିବଧ ତଦନ୍ତ ହେଲେ ଏସବୁ ଜଣାପଡ଼ିବ । କିନ୍ତୁ ଭାରତୀୟ ଜନତାପାର୍ଟି ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିବା କଥା କହୁଥିଲା ବେଳେ ଦୁର୍ନିତି ଖୋର ରାଜନେତାଙ୍କୁ ପୃଷ୍ଟପୋଷକତା ଯୋଗାଇ ଦିଆଯାଉଥିବାର ସ୍ପଷ୍ଟ ପ୍ରମାଣ । । ଶହ ଶହ କୋଟି ଟଙ୍କାର ଦୁର୍ନୀତିର ନଥିପତ୍ର ମିଳିଲାପରେ ଏସ୍‌ପି ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ଜଏଣ୍ଟ ଡାଇରେକ୍ଟରଙ୍କୁ ଏହି ଘଟଣାର ବିଧିବଧ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲେଖିଥିଲେ । କିନ୍ତୁ ଦୀର୍ଘ ୫ ମାସ ପରେ ଇଡି ଏହି ଘଟଣାର କୌଣସି ତଦନ୍ତ କାହିଁକି କଲା ନାହିଁ । ଏହି ଘଟଣାର ଆଇଜି ପୋଲିସ, ଅର୍ଥନୈତିକ ଅପରାଧ ଶାଖାଙ୍କର ଅନୁମତି ନେଇ ସେ ଚିଠି ଲେଖିଛନ୍ତି ବୋଲି ଜଣାଇଲା ପରେ ମଧ୍ୟ ଏପର୍ଯ୍ୟନ୍ତ ଏସ୍‌ପି, ଭଦ୍ରକ କାହିଁକି କେସ ରେଜିଷ୍ଟ୍ରେସନ କରି ତଦନ୍ତ କରୁନାହାନ୍ତି ? ଆଇନର ବାଟକୁ କିଏ ଓଗାଲୁଛି ? ଦୁର୍ନୀତିଖୋରଙ୍କୁ ବିଜେପି ସରକାର ସହଯୋଗ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ସଚିବ ଏହି ଘଟଣାର ସଂଜ୍ଞାନ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଓ ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande