ସାଇବର ଠକେଇ ଅଭିଯୋଗରେ କଟକ କ୍ରାଇମ୍‌ବ୍ରାଂଚ ଓ ଧର୍ମଶାଳା ପୁଲିସର ମିଳିତ ଚଢାଇ : ମୁଖ୍ୟ ଅଭିଯୁକ୍ତ ଫେରାର : ପୁଳାପୁଳା ଟଙ୍କା ଜବତ
ଧର୍ମଶାଳା,୨୦ଜାନୁଆରୀ(ହି.ସ.) - ଯାଜପୁର ଜିଲାରେ କଟକ କ୍ରାଇମ୍ ବ୍ରାଂଚ ଓ ଧର୍ମଶାଳା ପୁଲିସର ମିଳିତ ଚଢାଉ ହୋଇଛି । ସାଇବର ଠକେଇ ମାମଲାରେ ଏହି ଚଢାଉ ହୋଇଥିବା ଜଣାପଡିଛି । ଧର୍ମଶାଳା ଥାନା ଅନ୍ତର୍ଗତ ସୋମବାର ବିଳମ୍ବିତ ରାତିରେ ତରଞ୍ଜିଆ ପଂଚାୟତ ପୋବଳ ଗାଁରେ ଏହି ଚଢାଉ କରାଯାଇଥିଲା । ଆର୍ଥୀକ କା
ସାଇବର ଠକେଇ ଅଭିଯୋଗରେ କଟକ କ୍ରାଇମ୍‌ବ୍ରାଂଚ ଓ ଧର୍ମଶାଳା ପୁଲିସର ମିଳିତ ଚଢାଇ


ଧର୍ମଶାଳା,୨୦ଜାନୁଆରୀ(ହି.ସ.) - ଯାଜପୁର ଜିଲାରେ କଟକ କ୍ରାଇମ୍ ବ୍ରାଂଚ ଓ ଧର୍ମଶାଳା ପୁଲିସର ମିଳିତ ଚଢାଉ ହୋଇଛି । ସାଇବର ଠକେଇ ମାମଲାରେ ଏହି ଚଢାଉ ହୋଇଥିବା ଜଣାପଡିଛି । ଧର୍ମଶାଳା ଥାନା ଅନ୍ତର୍ଗତ ସୋମବାର ବିଳମ୍ବିତ ରାତିରେ ତରଞ୍ଜିଆ ପଂଚାୟତ ପୋବଳ ଗାଁରେ ଏହି ଚଢାଉ କରାଯାଇଥିଲା । ଆର୍ଥୀକ କାରବାର ନେଇ ପୋବଳ ଗ୍ରାମର ସରୋଜ ଜେନାଙ୍କ ଘରେ ଚଢାଉ ହୋଇଥିଲା । ନଗଦ ପାଖାପାଖି ୧୫ଲକ୍ଷ ଟଙ୍କା ସହିତ ବହୁ ପରିମାଣର ସୁନା ଗହଣା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ୍‌ରେ ଥିବା ୩ଜଣକୁ ସନ୍ଦେହରେ କଟକ କ୍ରାଇମ୍ ବ୍ରାଂଚ ଉଠାଇ ନେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସରୋଜ ଫେରାର ହୋଇ ଯାଇଥିବା ଜଣାପଡିଛି । ସରୋଜଙ୍କ ଘରୁ ନଗଦ ଟଙ୍କା ,ସୁନା ଅଳଙ୍କାର,ବ୍ୟାଙ୍କ ପାସବୁକ,ଜମି ପଟ୍ଟା ଜବତ ହୋଇ ଥିବା ଜଣାପଡିଛି । ତେବେ ଏହି ଚଢାଉ ସୋମବାର ବିଳମ୍ବିତ ରାତିରେ ଚଢାଉ ହୋଇଥିବା ବେଳେ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ପୋବଳ ଗ୍ରାମରେ କ୍ରାଇମ୍ ବ୍ରାଂଚ ଟିମ୍ ଘଟଣା ଉପରେ ନଜର ରଖିଥିଲା ।

ସୂଚନା ମୁତାବକ,କିଛି ଦିନ ପୂର୍ବରୁ ଧର୍ମଶାଳା ଥାନା ଅନ୍ତର୍ଗତ ପୋବଳ ଗ୍ରାମର ସରୋଜ ଜେନାଙ୍କ ନାମରେ ଲକ୍ଷଲକ୍ଷ ଟଙ୍କା ସାଇବର ଠକେଇ ଓ ବ୍ଲାକ ମେଲିଙ୍ଗ ଅଭିଯୋଗ ରେ କଟକର ସାଇବର ଥାନାରେ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ କଟକ କ୍ରାଇମ୍ ବ୍ରାଂଚ ଟିମ୍ ଓ ଧର୍ମଶାଳା ଥାନା ପୁଲିସ ସୋମବାର ବିଳମ୍ବିତ ରାତି ସରୋଜଙ୍କ ଗତିବିଧିକୁ ଲକ୍ଷ୍ୟ କରି ଏହି ଚଢାଉ ହୋଇଥିଲା । ସୋମବାର ପ୍ରାୟ ରାତି ୧୦ଟାରୁ ବିଳମ୍ବିତ ରାତି ଗୋଟାଏ ପର୍ଯ୍ୟନ୍ତ ଏହି ଚଢାଉ ହୋଇଥିଲା । ଏହି ଚଢାଉ ସମୟରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରୋଜ କୌଣଳ କ୍ରମେ ଫେରାର ହୋଇଯାଇଥିବା ବେଳେ ତା’ ଲିଙ୍କରେ ଥିବା ପୋବଳ ଗ୍ରାମର ଚନ୍ଦନ ଜେନା,ଧଡିଆ ଜେନା ଓ ପ୍ରପୁଲ୍ଲ ବିଶ୍ୱାଳଙ୍କୁ କ୍ରାଇମ ବ୍ରାଂଚ ଟିମ୍ ଉଠାଇ ନେଇଥିଲା । ଏହି ଘଟଣାରେ ସରୋଜଙ୍କ ଘରୁ ପାଖାପାଖି ୧୬ଲକ୍ଷ ଟଙ୍କା,ସୁନା ଓ ରୂପା ଅଳଙ୍କାର,ଗୋଟିଏ ବୁଲେଟ ବାଇକ,ଗୋଟିଏ ଇଭି ସ୍କୁଟି,ବ୍ୟାଙ୍କ ପାସବୁକ୍ ଓ ଜମି ପଟ୍ଟା ଜବତ କରି ନେଇଥିବା ଜଣାପଡିଛି । ଏହି ସମସ୍ତ ବ୍ୟାଙ୍କ ପାସବୁକ୍‌ରେ ୯୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande