
ଭୁବନେଶ୍ୱର, 20 ଜାନୁଆରି (ହି.ସ.)
- ଅନ୍ତର୍ଜାତୀୟ
ନିଶା କାରବାରରେ ଓଡ଼ିଶା ଲିଙ୍କ୍ । ଓଡ଼ିଶା ସମେତ ୭ ରାଜ୍ୟରେ ଇଡି ଚଢ଼ାଉ କରିଛି । ଚଢାଉ
ବେଳେ ନଗଦ ୩ କୋଟି ସହ ନିଶାଦ୍ରବ୍ୟ ଜବତ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ନିଶାଦ୍ରବ୍ୟ ଓ
ଟଙ୍କା କାରବାରରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି ।
ଗୋଆରୁ ଓଡ଼ିଶାକୁ
ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍
ପଦାକୁ ଆସିଛି । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ
ନିର୍ଦେଶାଳୟ । ଏହି ଧରପଗଡ଼ରେ ବିଭିନ୍ନ ରାଜ୍ୟରୁ ନଗଦ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍ ଆଦି ଜବତ ହୋଇଛି । ନିଶା କାରବାର ଜଡ଼ିତ ଥିବା
ଦିଲ୍ଲୀରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିକୁ ୭ଦିନିଆ
ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ । ସଂଗଠିତ ଭାବେ ଆନ୍ତଃରାଜ୍ୟ ନିଶାଦ୍ରବ୍ୟ
ଚାଲାଣର ସିଣ୍ଡିକେଟ୍ ଚାଲୁଥିଲା । ଓଡ଼ିଶା, ଗୋଆ, ଦିଲ୍ଲୀ, ହିମାଚଳ
ପ୍ରଦେଶ,
ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ଲମ୍ବିଛି ଏହି ନିଶାଦ୍ରବ୍ୟ
କାରବାର ଚେର । ନାର୍କୋଟିକ କେଣ୍ଟ୍ରାଲ ବ୍ୟୁରୋ ଓ ସ୍ଥାନୀୟ ପୁଲିସ ସହାୟତାରେ ଇଡି ଚଢ଼ାଉ
କରିଥିଲା । ଜବତ କରାଯାଇଥିବା ଡିଜିଟାଲ୍ ଉପକରଣ ଓ ନଥିପତ୍ରରୁ ଅନେକ ସୁରାକ ମିଳିଛି । ନିଶା
କାରବାରୁ ରୋଜଗାର କରିଥିବା ଆୟରୁ ଅର୍ଜିତ ସମ୍ପତ୍ତିକୁ ଚିହ୍ନଟ, ଠାବ ଓ ଆଟାଚ୍ କରିବାକୁ ଲକ୍ଷ୍ୟ ରଖିଛି ଇଡି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା