ଶରଧାବାଲିରୁ ପଦଯାତ୍ରା ଅନୁଷ୍ଠିତ
ପୁରୀ, ୨୦ ଜାନୁଆରୀ (ହି.ସ.)- ଆଜି ପୂର୍ବାହ୍ନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକ ପଦଯାତ୍ରା ଶରଧାବାଲି ଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାକୁ ଅତି
ଶରଧାବାଲିରୁ ପଦଯାତ୍ରା ଅନୁଷ୍ଠିତ


ପୁରୀ, ୨୦ ଜାନୁଆରୀ (ହି.ସ.)- ଆଜି ପୂର୍ବାହ୍ନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକ ପଦଯାତ୍ରା ଶରଧାବାଲି ଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ବେହେରା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଆଦର୍ଶ, ଚରିତ୍ର ଓ ସାହସ ଚିର ବନ୍ଦନୀୟ ବୋଲି କହିଥିଲେ। ଦେଶକୁ ସ୍ବାଧୀନତା କରିବା ସହ ରାଜାରାଜୁଡା ଓ ଜମିଦାରଙ୍କ ଶାସନତନ୍ତ୍ରକୁ ଦେଶରେ ସାମିଲ କରି ଏକ ଦୃଢ, ସାର୍ବଭୌମ ରାଷ୍ଟ୍ର ଗଠନରେ ସର୍ଦ୍ଦାରଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କୃତଜ୍ଞ ରାଷ୍ଟ୍ର ତାଙ୍କ ବୀରତ୍ବ, ସାହସ ଓ ଦେଶପ୍ରେମକୁ ସମ୍ମାନ ଜଣାଉଛି। ତାଙ୍କ ଆଦର୍ଶକୁ ଅନୁସରଣ କରିପାରିଲେ ଆମ ରାଷ୍ଟ୍ର ସମୃଦ୍ଧ ଓ ବିକଶିତ ହୋଇପାରିବ ବୋଲି ସେ ଆହ୍ବାନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଖୋଖୋ ଖେଳର ଜାତୀୟ କୋଚ ସଞ୍ଜୀବ ଶର୍ମା, ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷା ହରପ୍ରିୟା ଦାଶ, ଜିଲ୍ଲା ସ୍କୁଲର ପ୍ରାକ୍ତନ ପିଇଟି ଗୋପାଳ ଚନ୍ଦ୍ର ପରିଡା, ଏନଏସଏସ ଅଫିସର ଗୋଲକ ବିହାରୀ ପଲାଇ, ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

କ୍ରୀଡା କାର୍ଯ୍ୟାଳୟର ସୌମ୍ୟ ରଞ୍ଜନ ପୂଜାରୀ, ଦିବାକର ପଟ୍ଟନାୟକ, କୁନା ବେହେରା ପ୍ରମୁଖ ଯୋଗଦେଇ ପଦଯାତ୍ରାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande