

ବଲାଙ୍ଗିର, ୨୦ ଜାନୁଆରୀ (ହି.ସ.)- ବଲାଙ୍ଗିର ନୂତନ ବସ ଟର୍ମିନାଲ ଠାରେ ସଡକ ସୁରକ୍ଷା ମାସ ଉପଲକ୍ଷେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆଂଚଳିକ ପରିବହନ ଓ ଘରୋଇ ବସ ମାଲିକ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଆରଟିଓ ପ୍ରୀୟବ୍ରତ ମହାନ୍ତି, ଏମ୍ଭିଆ ଗୌରହରି ହଂସଦା, ଜୁନିୟର ଏମ୍ଭିଆଇ ପ୍ରଶାନ୍ତ କୁମାର ପାଢୀ, ଘରୋଇ ବସ ସଂଘର ସଭାପତି ଦୁର୍ଗା ଚରଣ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିବିରରେ ୬୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ଚିନ୍ମୟୀ ଭାରତୀ ସାହୁ ଓ ଡା. ନିରୁପମା ସାହୁ ଚକ୍ଷୁ ପରୀକ୍ଷା କରିଥିଲେ ।
ଉକ୍ତ ଶିବିରରେ ସଂଘର କର୍ମକର୍ତ୍ତା ଉପସଭାପତି ପଂଚାନନ ଆଚାର୍ଯ୍ୟ, ସହ-ସଂପାଦକ ଶଙ୍କର ପଟ୍ଟନାୟକ, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ଆରଟିଓ ଅଫିସର ମୁଖ୍ୟ କିରାଣୀ କୁତାର୍ଥ କାଲସାଏ ଓ କିରାଣି ଶ୍ରୀକାନ୍ତ ନାଏକ, ସୋନୁ ସୁନା ପ୍ରମୁଖ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ