
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ବିଜେପିର ନବ
ନିର୍ବାଚନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନତା
ପାର୍ଟିର ନବ ନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତୀନ ନବୀନଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
ଓ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ସାଙ୍ଗଠନିକ ଦକ୍ଷତା
ଏବଂ ଦୃଢ଼ ନେତୃତ୍ୱ ନିଶ୍ଚିତ ଭାବେ ଦଳକୁ ଆହୁରି ସୁଦୃଢ କରିବା ସହ ଦେଶ ସେବାର
ଯାତ୍ରାକୁ ନୂତନ ଗତି ଦେବ ବୋଲି ମୋର ଦୃଢ ବିଶ୍ବାସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା