
ଧର୍ମଶାଳା,୨୦ ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା କଂଟ୍ରାକଟର ଅସୋସିଏସନ ପକ୍ଷରୁ ଅଲ ଓଡିଶା କଂଟ୍ରାକଟର ଆସୋସିଏସନର କର୍ମକର୍ତାଙ୍କୁ ଜାରକା ଠାରେ ସମ୍ବର୍ଦ୍ଧନା ଜଣାଯାଇଛି । ଅଲ ଓଡିଶା କଂଟ୍ରାକ୍ଟର ସଂଘର କର୍ମକର୍ତାମାନେ ଅଜି ଜିଲ୍ଲାର ବିଭିନ୍ନ ଠିକାଦାର ସଙ୍ଘକୁ ଭେଟି ସିଡ୍ୟୁଲ ରେଟରେ ଟେଣ୍ଡର ପକାଇବା ଅନୁରୋଧ କରିବାକୁ ଆସିଥିବା ବେଳେ ଜାରକା ଠାରେ ଧର୍ମଶାଳା କଂଟ୍ରାକ୍ଟର ଅସୋସିଏସନକୁ ଭେଟି ଏସମ୍ପର୍କରେ ଅବଗତ କରିବା ସମୟରେ ଧର୍ମଶାଳା ସଂଘ ପକ୍ଷରୁ କର୍ମକର୍ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦି।।ଯାଇଥିଲା । ଅଲ ଓଡିଶା ଠିକାଦାର ସଙ୍ଘ ପକ୍ଷରୁ ସଭାପତି ଅନିଲ କୁମାର ମହାପାତ୍ର, ସମ୍ପାଦକ ଦୀଲିପ କୁମାର ଜେନା,ଉପସଭାପତି ହେମନ୍ତ ବଲୱନ୍ତ ଚକ୍ରବର୍ତୀ,ସଦସ୍ୟ ତାରିଣୀ ପ୍ରସାଦ ଦାସ, ଉମାକାନ୍ତ ସାମନ୍ତରାୟ, କମଲାକାନ୍ତ ଜେନା, ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଆଜିର ଏହି ଯାଜପୁର ଗସ୍ତରେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ