
ଧର୍ମଶାଳା,୨୦(ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର କୃଷି ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣା ଶୁଭାରମ୍ଭ ହୋଇଛି । ସମିତି ମୁଖ୍ୟ କାର୍ଯ୍ୟନିର୍ବାହୀ ସଂପାଦକ ସୁବ୍ରତ ଜେନା ସାମନ୍ତଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ କ୍ୱାଲିଟି କଂଟ୍ରୋଲ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସାହାଣୀ ଧାନମଣ୍ଡିକୁ ଉଦଘାଟନ କରିଥିଲେ । ଦୀପାଂଚଳ କୃଷକ ମଂଚର ସାଧାରଣ ସଂପାଦକ ଅଭିମନ୍ୟୁ ଧଳ ମୁଖ୍ୟ ଅତିଥି, ସରପଂଚ ପ୍ରଶାନ୍ତ କୁମାର ଦାସ, ସମିତି ସଭାପତି ପ୍ରେମଲତା ଜେନାଙ୍କ ପ୍ରତିନିଧି କିଶୋର ଜେନା, ଉପ ସଭାପତି ବିଷ୍ଣୁ ଚରଣ ବିଶ୍ୱାଳ, ଶ୍ରୀନାଥ ସାମଲ, ରଶ୍ମି ରଞ୍ଜନ ସାମଲ, ଚିତରଞ୍ଜନ ବିଶ୍ୱାଳ, ଯଂଜ୍ଞଶ୍ୱର ନାୟକ, ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମବାୟ ସମିତିର ଧାନକିଣା କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି କମିଟି ମାଧ୍ୟମରେ ପଂଜି କରଣ କରିଥିବା ଚାଷୀ ମାନଙ୍କ ଠାରୁ ଧାନକିଣା ଯାଇଥିଲା । ସହ ସଂପାଦକ ପ୍ରଣବ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଧାନକିଣା କାର୍ଯ୍ୟକ୍ରମ ୧୫ଦିନ ଚାଲିବ ବୋଲି ସଂପାଦକ ଶ୍ରୀ ଜେନା ସାମନ୍ତ ସୂଚନା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ