ବ୍ରହ୍ମବରଦା ଥାନାର ଯାଜପୁର ସାଂସଦଙ୍କ ପ୍ରତିନିଧିଭାବେ ସଂଜୟ ବେହେରା ମନୋନୀତ
ଧର୍ମଶାଳା,୨୦ଜାନୁଆରୀ(ହି.ସ.) - ଦିନକୁ ଦିନ ରାଜ୍ୟ ଓ ଜିଲାରେ ବିଜେପି ସଂଗଠିତ ହେବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ବ୍ରହ୍ମବରଦା ଥାନାର ପ୍ରତିନିଧିଭାବେ ସଂଜୟ କୁମାର ବେହେରାଙ୍କ ନାମ ଘୋଷଣା କରିଛନ୍ତି । ଯାହାକୁ ନେଇ ରସୁଲପୁର ବ୍ଲକ ବ୍ରହ୍ମବରଦା ଅ
ବ୍ରହ୍ମବରଦା ଥାନାର ଯାଜପୁର ସାଂସଦଙ୍କ ପ୍ରତିନିଧିଭାବେ ସଂଜୟ ବେହେରା ମନୋନୀତ


ଧର୍ମଶାଳା,୨୦ଜାନୁଆରୀ(ହି.ସ.) - ଦିନକୁ ଦିନ ରାଜ୍ୟ ଓ ଜିଲାରେ ବିଜେପି ସଂଗଠିତ ହେବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ବ୍ରହ୍ମବରଦା ଥାନାର ପ୍ରତିନିଧିଭାବେ ସଂଜୟ କୁମାର ବେହେରାଙ୍କ ନାମ ଘୋଷଣା କରିଛନ୍ତି । ଯାହାକୁ ନେଇ ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ବିଜେପି କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ନବ ନିଯୁକ୍ତ ସଂଜୟ ଏନେଇ ନିଜ ସମର୍ଥକଙ୍କ ସହ ବ୍ରହ୍ମବରଦା ଥାନାରେ ପଂହଚି ତାଙ୍କର ନିଯୁକ୍ତ ପତ୍ର ଥାନାଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ସଂଜୟ ଏନେଇ ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା,ବିଜେପି ଜିଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ବରିଷ୍ଠ ବିଜେପି କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇବା ସହ ବ୍ରହ୍ମବରଦା ଅଂଚଳରେ ଜନସାଧାରଣ ଥାନାରୁ କିପରି ତୁରନ୍ତ ନ୍ୟାୟ ପାଇ ପାରିବେ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ସଂଜୟ କହିଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଗିରି,୩୬ନଂ ଜୋନ ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ,ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ ମହାରଣାଙ୍କ ସମେତ ବ୍ରହ୍ମବରଦା ଅଂଚଳର ଯୁବ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande