
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଭୁବନେଶ୍ୱରରୁ
ଦୁବାଇ ଯାଉଥିବା ବିମାନ ସେବା ବନ୍ଦ ହେବା ପରେ ଆପତ୍ତି ଜଣାଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି
ଲେଖିଲା ୟୁଏଇର ଓଡ଼ିଆ ସମାଜ । ମାର୍ଚ୍ଚ ୩୦ରୁ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ବନ୍ଦ
ହେଉଥିବାରୁ ପ୍ରବାସୀ ଓଡ଼ିଆ ମାନେ ପ୍ରଭାବିତ ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ୪୦ ହଜାରରୁ
ଅଧିକ ଓଡ଼ିଆ ଦୁବାଇରେ ରହୁଥିବାରୁ ସେମାନଙ୍କ ଯାତ୍ରା ପ୍ରଭାବିତ ହେବ ବୋଲି ବି ଉଲ୍ଲେଖ ରହିଛି
। ତେଣୁ ଏହି ପ୍ରସଙ୍ଗରେ ବିଚାର କରି ବିହିତ ପଦକ୍ଷେପ ନେବାକୁ ଅପିଲ କଲା ୟୁଏଇର ଓଡିଆ ସମାଜ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା