୨୭ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟସ୍ଥିତ ବ୍ୟାସବିହାର କ୍ୟାମ୍ପସଠାରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, ନୂଆଦିଲ୍ଲୀ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ମିଳିତ ସହଯୋଗରେ ୩୯ତମ ଆନ୍ତଃ ବିଶ୍ୱବ
ବରତହଦଚଗ


ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟସ୍ଥିତ ବ୍ୟାସବିହାର କ୍ୟାମ୍ପସଠାରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, ନୂଆଦିଲ୍ଲୀ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ମିଳିତ ସହଯୋଗରେ ୩୯ତମ ଆନ୍ତଃ ବିଶ୍ୱବିଦ୍ୟାଳୟ ପୂର୍ବଜନ ଯୁବ ମହୋତ୍ସବ ‘ୟୁନିଫେଷ୍ଟ ୨୦୨୫-୨୬’ ଆୟୋଜନ କରିବ। ବିଶ୍ୱବିଦ୍ୟାଳୟର ପି.ଜି କାଉନସିଲ୍‌ର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସଂଯୋଜକ ଡଃ ନିହାର ରଞ୍ଜନ ରାଉତ, ସଂଗଠନ ସମ୍ପାଦକ ଡ. ଅସୀମ ଅମିତାଭ ପ୍ରଧାନ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଭାରତୀବାଳା ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ମଙ୍ଗଳବାର ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ଏହି ଯୁବ ମହୋତ୍ସବର ନାମ ଉତ୍ସାହ-୨୦୨୬ ରଖାଯାଇଛି। ଏହି ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ପୂର୍ବ ଜୋନ୍ ତଥା ଓଡ଼ିଶା, ବିହାର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ଆଦି ମୋଟ ୨୦ଟି ବିଶ୍ୱବିଦ୍ୟାଳୟର ୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଓ ଦଳନାୟକ ଯୋଗଦେଇ ଏହାକୁ ପୂର୍ବାଞ୍ଚଳର ଯୁବ ପ୍ରତିଭାମାନଙ୍କର ଏକ ବୃହତ୍ ସାଂସ୍କୃତିକ ସମାବେଶରେ ପରିଣତ କରିବେ। ଏହି ଯୁବ ମହୋତ୍ସବରେ ସଙ୍ଗୀତ, ନୃତ୍ୟ, ନାଟକ, ସାହିତ୍ୟ, ସୂକ୍ଷ୍ମକଳା ସହିତ ସମ୍ପୃକ୍ତ ସୃଜନାତ୍ମକ ବିଭାଗରେ ମୋଟ ୬ଟି ବିଭାଗ ଅଧିନରେ ୨୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ଇଭେଣ୍ଟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସେମାନେ ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୪ ତାରିଖ ମଧ୍ୟରେ ଚେନ୍ନାଇଠାରେ ଅନୁଷ୍ଠିତ ହେଉଥିବା ଫାଇନାଲ ମ୍ୟାଚ୍‌ର ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରିବେ।

ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରମୁଖ ଯୁବ ମହୋତ୍ସବ ଭାବେ ‘ୟୁନିଫେଷ୍ଟ’ ସଦା ସର୍ବଦା କଳାତ୍ମକ ଉତ୍କୃଷ୍ଟତା, ସୃଜନାତ୍ମକ ଅଭିବ୍ୟକ୍ତି ଓ ବିବିଧତା ମଧ୍ୟରେ ଏକତାକୁ ପ୍ରୋତ୍ସାହନ ଦେଇ ଆସୁଛି। ମହୋତ୍ସବକୁ ସୁଚାରୁ ରୂପେ ଓ ସଫଳ ଭାବେ ଆୟୋଜନ କରାଯିବା ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବାସ, ଆତିଥ୍ୟ, ଯାତାୟତ, ସୁରକ୍ଷା, କାର୍ଯ୍ୟକ୍ରମ ପରିଚାଳନା ଏବଂ ସମନ୍ୱୟ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ନେଇ ବିସ୍ତୃତ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଯାଇଛି। ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଦ୍ୱିତୀୟଥର ପାଇଁ ଏହି ଯୁବ ମହୋତ୍ସବ ଅନୁଷ୍ଠିତ ହେଉଛି। ପ୍ରଥମଥର ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏହି ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ବୋଲି ସେମାନେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ କୁକୁମୀନା ଦାସ ଏବଂ ଲୋକ ସମ୍ପର୍କ ଅଧିକାରୀ ଶର୍ମିଷ୍ଠା ମହାରଣା ଉପସ୍ଥିତ ରହି ୩୯ତମ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ୟୁନିଫେଷ୍ଟ ୨୦୨୫-୨୬ ଯୁବଶକ୍ତି, ସାଂସ୍କୃତିକ ସମନ୍ୱୟ ଓ ସୃଜନଶୀଳ ଉତ୍କୃଷ୍ଟତାର ଏକ ସ୍ମରଣୀୟ ଐତିହାସିକ ଉତ୍ସବ ଭାବେ ପରିଚିତ ହେବ, ଯାହା ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ଜାତୀୟସ୍ତରରେ ଶିକ୍ଷା ଓ ସାଂସ୍କୃତିକ ନେତୃତ୍ୱର ଏକ ସକ୍ରିୟ କେନ୍ଦ୍ର ଭାବେ ସୁଦୃଢ କରିବ ବୋଲି ସେମାନେ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande