
ପ୍ରୟାଗରାଜ, 21 ଜାନୁଆରି (ହି.ସ.)- ସ୍ୱାମୀ
ଅବିମୁକ୍ତେଶ୍ୱରାନନ୍ଦ ମହାରାଜ ଏବଂ ପ୍ରୟାଗରାଜ ମେଳା ପ୍ରାଧିକରଣ ମଧ୍ୟରେ ଆରମ୍ଭ ହୋଇଥିବା
ବିବାଦ ଏବେ ଥମିବାର ନାମ ନେଉନାହିଁ। ତାଙ୍କ ଉଚ୍ଚତମ ନ୍ୟାୟାଳୟର ଓକିଲ ମଙ୍ଗଳବାର ବିଳମ୍ବିତ ରାତିରେ
ନୋଟିସ୍ର ଉତ୍ତର ପଠାଇଛନ୍ତି। ଏଥିରେ ସତର୍କବାଣୀ ଦିଆଯାଇଛି ଯେ, ଶିବିରରେ ଲଗାଯାଇଥିବା ନୋଟିସ୍କୁ ତୁରନ୍ତ ଫେରାନ୍ତୁ ନହେଲେ ପ୍ରାଧିକରଣ
ଉଚ୍ଚତମ ନ୍ୟାୟାଳୟର ଅବମାନନା ପାଇଁ ଦାୟୀ ହେବ।
ଏହି ସୂଚନା ସ୍ୱାମୀଙ୍କ
ମିଡିଆ ପ୍ରଭାରୀ ଶୈଲେନ୍ଦ୍ର ଯୋଗୀ ସରକାର ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱାମୀ
ଅବିମୁକ୍ତେଶ୍ୱରାନନ୍ଦ ମହାରାଜଙ୍କ ଉଚ୍ଚତମ ନ୍ୟାୟାଳୟର ଓକିଲ 19 ନଭେମ୍ବରରେ ପ୍ରୟାଗରାଜ ମେଳା
ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ନୋଟିସ୍ର ଉତ୍ତର ଇ-ମେଲ୍ ଆଇଡିରେ ପଠାଇଛନ୍ତି। ଏଥିରେ
କୁହାଯାଇଛି ଯେ, 24
ଘଣ୍ଟା ମଧ୍ୟରେ ଯଦି ମେଳା ପ୍ରାଧିକରଣ ନୋଟିସ୍କୁ ନଫେରାନ୍ତି , ତେବେ ସେ ଉଚ୍ଚତମ ନ୍ୟାୟାଳୟର ଅବମାନନା ପାଇଁ ଦାୟୀ ହେବ।
ସେ ଆହୁରି କହିଛନ୍ତି ଯେ
ପ୍ରାଧିକରଣ ସାଧାରଣ ଲୋକମାନଙ୍କ ମଧ୍ୟରେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ମହାରାଜଙ୍କ ଛବିକୁ
ଧୂମିଳ କରିବା କାମ କରିଛି। ଏହିକାରଣରୁ ଉଚ୍ଚତମ ନ୍ୟାୟାଳୟରେ ମାନହାନିର ମୁକଦ୍ଦମା ମଧ୍ୟ ଦାଖଲ
କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା