ମୋହନ ଭାଗବତଙ୍କ ରାଜସ୍ଥାନ ଗସ୍ତ ଆଜି
ଜୟପୁର, 21 ଜାନୁଆରୀ (ହିସ)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ଡକ୍ଟରମୋହନ ଭାଗବତ ଆଜି ବୁଧବାର ତିନି ଦିନିଆ ଗସ୍ତରେ ରାଜସ୍ଥାନରେ ପହଂଚଛନ୍ତି ।ଆରଏସଏସ ରାଜସ୍ଥାନ ଆଂଚଳିକ ସଂଘଚାଳକ ଡକ୍ଟର ରମେଶ ଅଗ୍ରୱାଲ କହିଛନ୍ତି ଯେ ଡକ୍ଟର ଭାଗବତ ବୁଧବାରବିମାନ ଯୋଗେ ଜୟପୁରରେ ପହଂଚିବେ ଏବଂ
ମୋହନ ଭାଗବତଙ୍କ  ରାଜସ୍ଥାନ ଗସ୍ତ ଆଜି


ଜୟପୁର, 21 ଜାନୁଆରୀ (ହିସ)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ଡକ୍ଟରମୋହନ ଭାଗବତ ଆଜି ବୁଧବାର ତିନି ଦିନିଆ ଗସ୍ତରେ ରାଜସ୍ଥାନରେ ପହଂଚଛନ୍ତି ।ଆରଏସଏସ ରାଜସ୍ଥାନ ଆଂଚଳିକ ସଂଘଚାଳକ ଡକ୍ଟର ରମେଶ ଅଗ୍ରୱାଲ କହିଛନ୍ତି ଯେ ଡକ୍ଟର ଭାଗବତ ବୁଧବାରବିମାନ ଯୋଗେ ଜୟପୁରରେ ପହଂଚିବେ ଏବଂ ତା 'ପରେ କିଶନଗଡ଼ରେ ରାତ୍ରିଯାପନ କରିବେ । ପରଦିନ,ଜାନୁଆରୀ ୨୨ ତାରିଖରେ, ସେ ଜୈନ ସନ୍ଥ ଆଚାର୍ଯ୍ୟ ମହାଶ୍ରମଣଙ୍କ ସହିତ ନାଗୌର ଜିଲ୍ଲାର ଛୋଟିଖାତୁରେ ଅନୁଷ୍ଠିତ ମର୍ଯ୍ୟାଦା ମହୋତ୍ସବରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମ ପରେ, ସେ ଜୟପୁର ଫେରିବେ ଏବଂସେଠାରେ ରାତ୍ରିଯାପନ କରିବେ । ଡକ୍ଟର ଭାଗବତ ଜାନୁଆରୀ ୨୩ ତାରିଖ ସକାଳେ ବିମାନ ଯୋଗେ ଜୟପୁରରୁପ୍ରସ୍ଥାନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande