ସ୍ପେନରେ ଆଉ ଏକ ଟ୍ରେନ ଦୁର୍ଘଟଣା, ଜଣେ ମୃତ, 37 ଆହତ
ମେଡ୍ରିଡ, 21 ଜାନୁଆରି (ହି.ସ.)- ସ୍ପେନରେ ଏକ ସପ୍ତାହ ମଧ୍ୟରେ ଘଟିଥିବା ଦ୍ୱିତୀୟ ରେଳ ଦୁର୍ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଏବଂ 37 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଙ୍ଗଳବାର ସ୍ପେନର ବାର୍ସିଲୋନା ସହର ନିକଟରେ ଅବସ୍ଥିତ ଗେଲିଡା ଅଞ୍ଚଳରେ
ଟ୍ରେନ ଦୁର୍ଘଟଣା


ମେଡ୍ରିଡ, 21 ଜାନୁଆରି (ହି.ସ.)- ସ୍ପେନରେ ଏକ

ସପ୍ତାହ ମଧ୍ୟରେ ଘଟିଥିବା ଦ୍ୱିତୀୟ ରେଳ ଦୁର୍ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଏବଂ

37 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଙ୍ଗଳବାର ସ୍ପେନର ବାର୍ସିଲୋନା ସହର ନିକଟରେ

ଅବସ୍ଥିତ ଗେଲିଡା ଅଞ୍ଚଳରେ ଘଟିଛି। କାଟାଲୋନିଆର ଅଞ୍ଚଳୀୟ ସରକାରଙ୍କ ମୁଖପାତ୍ରଙ୍କ

କହିବାନୁସାରେ, ଏହି

ଟ୍ରେନ୍ ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଗେଲିଡା ଓ ସାନ୍ତ ସାଡର୍ନି ଡି’ଏନୋଇଆ ନଗର ପାଳିକା ମଧ୍ୟରେ ଚାଲିଥାଏ। ପ୍ରତିଦିନ ହଜାର ହଜାର ଲୋକ

ଏହି ଟ୍ରେନ୍‌ର ବ୍ୟବହାର କରନ୍ତି।

ଆମେରିକୀୟ ଚ୍ୟାନେଲ୍

ସିଏନ୍‌ଏନ୍‌ର ରିପୋର୍ଟ ଅନୁସାରେ, ସ୍ପେନରେ ପୂର୍ବରୁ ଘଟିଥିବା ରେଳ ଦୁର୍ଘଟଣାର କେବଳ ଦୁଇ ଦିନ ପରେ

ଏହି ଘଟଣା ଘଟିଛି। ଦକ୍ଷିଣ କୋର୍ଡୋବା ପ୍ରାନ୍ତର ଆଦାମୁଜ୍‌ ନିକଟରେ ଦୁଇଟି ହାଇସ୍ପିଡ୍ ଟ୍ରେନ୍‌

ଧକ୍କା ଖାଇଥିଲା, ଯେଉଁଥିରେ

41 ଜଣଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଘଟିଥିବା ଟ୍ରେନ୍ ଦୁର୍ଘଟଣା ଆର୍–4 ଲାଇନ୍‌ରେ ହୋଇଥିଲା। କାଟାଲୋନିଆର ଅଞ୍ଚଳୀୟ ସରକାରଙ୍କ ମୁଖପାତ୍ର

କହିଛନ୍ତି ଯେ ଭାରି ବର୍ଷା ଯୋଗୁ ସୁରକ୍ଷା ଦେୱାଳ ପଟ୍ରି ଉପରେ ଖସି ପଡ଼ିଥିଲା। ଏହାର ପରିଣାମ

ସ୍ୱରୂପ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ଅପରେଟରଙ୍କ ବିବୃତି ଅନୁସାରେ, ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ 10ଟା ସମୟରେ

ଘଟିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande