
ବାରଣାସୀ, 21 ଜାନୁଆରି (ହି.ସ.)-ଉତ୍ତର ପ୍ରଦେଶର
ବାରାଣସୀ ସ୍ଥିତ ଜ୍ଞାନବାପୀ ମାମଲାରେ 1991 ମସିହାରେ ଦାଖଲ ହୋଇଥିବା ମୂଳ ମାମଲାର ଏକ
ମୁକଦ୍ଦମାରେ ହୋଇଥିବା ଶୁଣାଣି ସମୟରେ ନ୍ୟାୟାଳୟ ବାଦମିତ୍ର ବିଜୟ ଶଙ୍କର ରସ୍ତୋଗୀଙ୍କ ଉପରେ
ଜରିମାନା ଲଗାଇଛନ୍ତି।
ସିଭିଲ୍ ଜଜ (ସିନିୟର
ଡିଭିଜନ୍,
ଫାଷ୍ଟ ଟ୍ରାକ୍ କୋର୍ଟ) ଭାବନା ଭାରତୀଙ୍କ ଆଦାଳତ ମଙ୍ଗଳବାର
ସନ୍ଧ୍ୟାରେ ଶୁଣାଣି ପରେ ବାଦମିତ୍ର ବିଜୟ ଶଙ୍କର ରସ୍ତୋଗୀଙ୍କ ଉପରେ ଦୁଇ ହଜାର ଟଙ୍କା ଜରିମାନା
ଲଗାଇଛନ୍ତି। ବର୍ତ୍ତମାନ ଏହି ମାମଲାରେ 22 ଜାନୁଆରୀରେ ପୁନର୍ବାର ଶୁଣାଣି ହେବ।
ପୂର୍ବତନ ଶୁଣାଣି ସମୟରେ
ବାଦମିତ୍ର ଆପତ୍ତି ଦାଖଲ କରି ସମୟ ମାଗିଥିଲେ। ଏହାକୁ ନେଇ ତିନି ଭଉଣୀ ବାଦୀ ଆପତ୍ତି ଦାଖଲ କରି
ବାଦମିତ୍ରଙ୍କ ଉପରେ ଜରିମାନା ଲଗାଇବା ପାଇଁ ଦାବି କରିଥିଲେ। ନ୍ୟାୟାଳୟ ଜରିମାନା ଲଗାଇବା ପରେ
ବାଦମିତ୍ର ପୁନର୍ବାର ଆପତ୍ତି ଦାଖଲ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା