
ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶନିବାର ଲୋଇସିଂହା ନିର୍ବାଚନ ମଣ୍ଡଳୀର ନଅଗାଁ (ଖ) ସ୍ଥିତ ବିଜେପି ପାର୍ଟି ଅଫିସ ପରିସରରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ।
ଏହି ବୈଠକରେ ତୃଣମୂଳ ସ୍ତରରୁ ସଂଗଠନକୁ ଅଧିକ ସୁଦୃଢ଼ କରିବା, ଆଗାମୀ ଦିନର ବିଭିନ୍ନ କାର୍ଯ୍ୟପନ୍ଥା ଏବଂ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଦଳୀୟ କାର୍ଯ୍ୟକର୍ତାମାନେ କିପରି ଅଧିକ ସକ୍ରିୟ ଓ ତତ୍ପରତା ସହ କାର୍ଯ୍ୟ କରିବେ, ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଜନସେବା ଓ ସଂଗଠନର ପ୍ରସାର ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା