ମାଲକାନଗିରି ବଙ୍ଗାଳି ସମାଜ ତରଫରୁ ରକ୍ତଦାନ ଶିବିର
ମାଲକାନଗିରି, ୧୦ ଅକ୍ଟୋବର (ହି.ସ.)- ମାଲକାନଗିରି ବଙ୍ଗାଳି ସମାଜ ତରଫରୁ କାଲିମେଳା ବ୍ଲକ ଗମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ୍.ଭି. ୬୬ ଗ୍ରାମରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରର ସ୍ୱତନ୍ତ୍ର ଟେକ୍ନିସିଆନ ସୁଜଳ
ମାଲକାନଗିରି ବଙ୍ଗ।ଳୀ ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ,


ମାଲକାନଗିରି, ୧୦ ଅକ୍ଟୋବର (ହି.ସ.)- ମାଲକାନଗିରି ବଙ୍ଗାଳି ସମାଜ ତରଫରୁ କାଲିମେଳା ବ୍ଲକ ଗମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ୍.ଭି. ୬୬ ଗ୍ରାମରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରର ସ୍ୱତନ୍ତ୍ର ଟେକ୍ନିସିଆନ ସୁଜଳ ରାୟଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଆସି ସ୍ୱେଚ୍ଛାସେବୀଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

ଏହି ଅବସରରେ ମାଲକାନଗିରି ବଙ୍ଗଳୀ ସମାଜର ସଭାପତି ଗୌରାଙ୍ଗ କର୍ମକାର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସୁନିଲ ବିଶ୍ୱାସ, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, କୋଷାଧ୍ୟକ୍ଷ ବିଦ୍ୟୁତ ବିଶ୍ୱାସ, ଶିବୁ ଗୋଲଦାର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ଆଇନ ଉପଦେଷ୍ଟା ବିଜୁ ସରକାର, ଭବାନୀ ଶଙ୍କର ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବଙ୍ଗ।ଳୀ ସମାଜର ଭେଜାଙ୍ଗିୱାଡା ଜୋନ ତରଫରୁ ଆୟୋଜନ କରାଯାଇଥିବା ବେଳେ ୨୦ ୟୁନିଟରୁ ଊର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande