ପବିତ୍ର ମହାଳୟାରେ ମା ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

ପବିତ୍ର ମହାଳୟାରେ ଧବଳମୁଖୀ ବେଶରେ ମାଁ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼

ସମ୍ବଲପୁର, ୧୦ ଅକ୍ଟୋବର (ହି.ସ.)- ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଓ ତୀଳ ତର୍ପଣ ପରେ ଲୋକେ ମନ୍ଦିରକୁ ଯାଇ ଦେବଦର୍ଶନ କରିଥାଆନ୍ତି । ଏହି ଅବସରରେ ଆଜି ଆକର୍ଷଣୀୟ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଆରାଧ୍ୟ ଦେବୀ ମା' ସମଲେଶ୍ୱରୀ ।

ଶନିବାର ଭୋର୍ ୫ ଟା'ରୁ ମା’ଙ୍କ ଏହି ଦୂର୍ଲଭ ବେଶ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସଶସ୍ତ୍ର ପୋଲିସ ବାହିନୀ ମନ୍ଦିର ଭିତର ଓ ଚତୁଃପାର୍ଶ୍ଵରେ ମୁତୟନ ରହିଥିବା ବେଳେ ଶ୍ରଦ୍ଧାଳୁ ମାନେ ଯେପରି ସୁରକ୍ଷିତ ଓ ଶାନ୍ତି ଶୃଙ୍ଖଳାର ସହିତ ମା'ଙ୍କ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସହାୟତା ଯୋଗାଇଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande