
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା
ଲାମ୍ବାଜୀଙ୍କ ଅନୁମୋଦନ କ୍ରମେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ
ବାହିନୀପତି ବରଗଡ, ଢେଙ୍କାନାଳ, ଗଂଜାମ, କନ୍ଧମାଳ, ମୟୂରଭଂଜ, ନବରଙ୍ଗପୁର, ରାୟଗଡା ଜିଲ୍ଲା ପାଇଁ
ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି ।
ବରଗଡ଼-ସୁନିତା ବାଗ,
ଢେଙ୍କାନାଳ-ସସ୍ମିତା ସ୍ୱାଇଁ, ଗଞ୍ଜାମ ( ପଶ୍ଚିମ)-ଅଞ୍ଜନା ତ୍ରିପାଠୀ, କନ୍ଧମାଳ-ପ୍ରିୟାଙ୍କା
ପାତ୍ର, ମୟୂରଭଞ୍ଜ- ମେନକା ଦାସ, ନବରଙ୍ଗପୁର - ସୁନ୍ତୁଳା
ଦୁରିଆ, ରାୟଗଡ଼ା-ନନ୍ଦୀ ଗୌରୀଙ୍କ ନାମ ଘୋଷଣା
କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା