
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ପବିତ୍ର ‘ମହାଳୟା’ ଅବସରରେ ସମ୍ବଲପୁରରେ ଜିଲ୍ଲାବ୍ୟାପୀ ‘ସ୍ୱଚ୍ଛତା ଅଭିଯାନ’ର ମହାନ ଜନଆନ୍ଦୋଳନରେ ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ ଏବଂ ଜନସାଧାରଣଙ୍କ ସହ ସାମିଲ ହୋଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର । ସ୍ୱଚ୍ଛତା ହିଁ ସେବା- ଏହା ହେଉଛି ଆମ ସମାଜର ମୂଳ ମନ୍ତ୍ର । ସୁସ୍ଥ ରହିବା ପାଇଁ ହେଲେ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ । ଆଜି ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ।
ସେ କହିଛନ୍ତି ଯେ, ପୂଜ୍ୟ ବାପୁ କହୁଥିଲେ ଯେ ସ୍ୱଚ୍ଛତା ହେଉଛି ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେହି ମହାନ ଚିନ୍ତାଧାରାକୁ ଆପଣାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ସ୍ୱଚ୍ଛତା ହିଁ ସେବା’ ମାଧ୍ୟମରେ ଏହାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିଛନ୍ତି । ସ୍ୱଚ୍ଛତାକୁ ଜୀବନର ଚରିତ୍ର ଏବଂ ସ୍ୱଭାବ ବନେଇବାକୁ ପଡ଼ିବ । ଘର ଭିତରକୁ ଆମେ ନିଜେ ସଫା କରୁଛେ, କିନ୍ତୁ ଘର ବାହାରକୁ ସମସ୍ତେ ମିଶି ସମାଜକୁ ସଫା କରିବାକୁ ପଡ଼ିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା