
ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ସମ୍ବଲପୁରରେ ଥିବା ମିନି ଚିଡ଼ିଆଖାନାର ସମ୍ପ୍ରସାରଣ ହେବ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ବଲପୁରରେ ମଧ୍ୟମ ଆକାରର ଚିଡ଼ିଆଖାନା ପାଇଁ ଉଦ୍ୟମ ଜାରି ରହିଛି। ଆବଶ୍ୟକ ଜମି ଓ ଭିତଭୂମି ଯୋଗାଇଦେବାକୁ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଜଙ୍ଗଲ ବିଭାଗକୁ ଅପିଲ କରାଯାଇଛି। ଅନ୍ୟପକ୍ଷରେ ଦେବ୍ରିଗଡ଼ ଅଭୟାରଣ୍ୟରେ ରାଜ୍ୟପାଳ ରାତ୍ରିଯାପନକୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି ।ଏହା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା