ସାନଖେମୁଣ୍ଡିର ଆଡପଡାରେ ରକ୍ତଦାନ ଶିବିରରେ ଯୋଗଦେଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଆଡପଡା ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ମନ୍ତ୍ରୀ ଉପସ୍ଥିତ ରକ୍ତଦାତ
hjvyuk


ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଆଡପଡା ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ମନ୍ତ୍ରୀ ଉପସ୍ଥିତ ରକ୍ତଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ।

ମନ୍ତ୍ରୀ କହିଥିଲେ ରକ୍ତଦାନ ହେଉଛି ଏକ ମହାନ ଦାନ, ଯାହା ଅନ୍ୟ ଏକ ଜୀବନକୁ ବଂଚାଇବାରେ ସହାୟକ ହୁଏ। ଆଜିର ଶିବିରରେ ଦାନ କରାଯାଇଥିବା ପ୍ରତିଟି ବୁନ୍ଦା ରକ୍ତ କୌଣସି ଜରୁରୀକାଳୀନ ରୋଗୀର ଜୀବନ ବଂଚିବାରେ ଖୁବ୍ ସହାୟ ହେବ। ତେଣୁ ନିଃସ୍ୱାର୍ଥ ଭାବେ ଅନ୍ୟର ସେବାରେ ଆଗେଇ ଆସିଥିବା ସମସ୍ତ ରକ୍ତଦାତାଙ୍କ ଏହି ମହାନ ତ୍ୟାଗ ଓ ମାନବିକତା ପାଇଁ ସାଧୁବାଦ ଜଣାଉଛି। ଏଭଳି ଏକ ମୂଲ୍ୟବାନ ଓ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ମୁଁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ଆଶା କରୁଛି, ଆଗାମୀ ଦିନରେ ମଧ୍ୟ ଏହିଭଳି ଜନହିତକାରୀ କାର୍ଯ୍ୟକ୍ରମ ଜାରି ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande