ଏଆଇଟିୟୁସିର ୫ମ ବଲାଙ୍ଗୀର ଜିଲ୍ଲା ସମ୍ମିଳନୀ
ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ଦେଶର ସର୍ବପ୍ରଥମ ଟ୍ରେଡ ୟୁନିୟନ ସଂଗଠନ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ସ୍ଥାନୀୟ ଗୋୟଲ ଧର୍ମଶାଳାରେ ୫ମ ବଲାଙ୍ଗୀର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଏହି ସମ୍ମିଳନ
ଏଆଇଟିୟୁସି ର ୫ମ ବଲାଙ୍ଗିର ଜିଲ୍ଲା ସମ୍ମିଳନୀ


ଏଆଇଟିୟୁସି ର ୫ମ ବଲାଙ୍ଗିର ଜିଲ୍ଲା ସମ୍ମିଳନୀ


ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ଦେଶର ସର୍ବପ୍ରଥମ ଟ୍ରେଡ ୟୁନିୟନ ସଂଗଠନ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ସ୍ଥାନୀୟ ଗୋୟଲ ଧର୍ମଶାଳାରେ ୫ମ ବଲାଙ୍ଗୀର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରି ତାଙ୍କ ବକ୍ତବ୍ୟରେ ଜିଲ୍ଲାର ଶ୍ରମିକ ସଂଗଠନର କାର୍ଯ୍ୟକଳାପ, ସମସ୍ୟା, ଅଧିକାର, ମଜୁରି, ସାମାଜିକ ସୁରକ୍ଷା ଓ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲାର ନୂତନ କମିଟି ଗଠନ କରାଯାଇଥିôଲା। ସଭାପତି ଭାବେ ତୀର୍ଥ ପଧାନ, କାର୍ଯ୍ୟକାରୀ ସଭାପତି ମନୋଜ ଗୌଡ, ଉପ-ସଭାପତି ପାଣ୍ଡବ ଭୋଇ, ହରପ୍ରୀୟା କୁମ୍ଭାର, ପି.ଦାମୋଦର ରାଓ, ସଂପାଦକ ଜଗବନ୍ଧୁ ବେହେରା, ସହ-ସଂପାଦକ ସାଏବୁ ନନ୍ଦ, ଦିଲିପ ଭୋଇ, ବିଦୂର କୁମ୍ଭାର, ପ୍ରଭାସିନୀ ରାଏ, କମଳ ଭୋଇ, ଶୋଭାଗିନୀ ବାଗ, ପୂର୍ଣ୍ଣିମା ହରପାଲ, କୋଷାଧ୍ୟକ୍ଷ ପ୍ରବୀର କୁମ୍ଭାର କମ୍ପ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଭାବେ ମାଧବୀ କଲତା, ବଲ୍ଲଭି ସିଂ, ରାଜକୁମାର ଜଗଦଲ୍ଲା, ଓମି ଗୁପ୍ତା, ରସିକ ରଣା, ଶ୍ୟାମ ପୁଟେଲ, ପୁରୁଷୋତମ କର୍ମୀ, ଦମୟନ୍ତି ମହାନନ୍ଦ, ନିରାକାର ପଧାନ ଓ ଘାସିରାମ ସାହୁ ମନୋନିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଜୁଲି ମେହେର, ଜାହ୍ନବି ବାରିକ, ପ୍ରମୋଦିନୀ ନାଏକ, ଦୁର୍ଗା ନାହାକ, ଲତା ପୁଟେଲ, ମାଧବୀ ବେହେରା, ସଂଜୁ ବାଗ, ପୁଷ୍ପଲତା ଦୀପ, ଶୋଭାଗିନୀ ତାଣ୍ଡି, ଅଯୋଧ୍ୟା ବରିହା, ସଂଗୀତା ହରପାଲ, ମୁକ୍ତା ଉଦୁରକୁଲିଆ, ସବିତା କୁମ୍ଭାର, ଅହଲ୍ୟା ବାଗ, ମହେନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ଉକ୍ତ ସମ୍ମିଳନୀରେ ଜିଲ୍ଲାର ଆଶା କର୍ମୀ, ପାଚିକା ସହାୟିକା, ନିର୍ମାଣ ଶ୍ରମିକ, ପଂଚାୟତ ଶ୍ରମିକ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ, ପ୍ରତିରକ୍ଷା କର୍ମଚାରୀ ସଂଘ, ଉଦ୍ୟାନ ସାଥୀ ସଂଘର କର୍ମକର୍ତାମାନେ ଯୋଗ ଦେଇଥିଲେ। ଶେଷରେ ସାଏବୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande