କେନ୍ଦ୍ରାପଡ଼ା ପୋଲିସ୍ ପ୍ରଶାସନ ଦ୍ୱାରା ବାଲ୍ୟବିବାହ ବନ୍ଦ ପାଇଁ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – ବିଶ୍ୱବାଳିକା ଦିବସ ଉପଲକ୍ଷେ(ଯୁବେଂଟିକା)କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ୍ ପ୍ରଶାସନ ଦ୍ୱାରା ବାଲ୍ୟବିବାହ ବନ୍ଦ ପାଇଁ ଏକ ସଚେତନତା କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳଲକ୍ଷ୍ୟ ହେଉଛି ଶିଶୁମାନଙ୍କର ଯାତନା ଓ
କେନ୍ଦ୍ରାପଡାପୋଲିସ୍ ପ୍ରଶାସନ ଦ୍ୱାରାବାଲ୍ୟବିବାହ ବନ୍ଦ ପାଇଁସଚେତନତାକାର୍ଯ୍ୟକ୍ରମ ।


କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – ବିଶ୍ୱବାଳିକା ଦିବସ ଉପଲକ୍ଷେ(ଯୁବେଂଟିକା)କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ୍ ପ୍ରଶାସନ ଦ୍ୱାରା ବାଲ୍ୟବିବାହ ବନ୍ଦ ପାଇଁ ଏକ ସଚେତନତା କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳଲକ୍ଷ୍ୟ ହେଉଛି ଶିଶୁମାନଙ୍କର ଯାତନା ଓ ସୁରକ୍ଷା ତଥା ସେମାନଙ୍କର ଅଭିବୃଦ୍ଧି ନିମନ୍ତେ ରହିଥିବା ପ୍ରତିବନ୍ଧକକୁ ଏଡାଇ ବାଳିକାମାନେ କିଭଳି ସେମାନଙ୍କର ଲକ୍ଷ୍ୟ ହାସଲ କରିପାରିବେ ଏନେଇ ଆଲୋଚନା କରାଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ପୁରୁଣା ବସ୍ଷ୍ଟାଣ୍ଡ ଠାରୁ ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ଠାରେ ପହଂଚିଥିଲା। ପୋଲିସ୍ ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଏସ୍ଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ଶିଶୁସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, କିଶୋର ନ୍ୟାୟବୋର୍ଡ଼ର ସଦସ୍ୟ ଡଃ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡିଏସ୍ପି(ଏ.ଆଇ.ଏଚ୍.ପି.ୟୁ) ସସ୍ମିତା ସାହୁ, ଏଲ୍ପିଓ ବିବେକାନନ୍ଦ ଅଟ୍ଟବୃଦ୍ଧି, ଜାଭିୟର ସ୍କୁଲର ଶିକ୍ଷକ ନିରଞ୍ଜନ ବେହେରା, ଡିଏଭି ସ୍କୁଲର ଅଧ୍ୟକ୍ଷ ଡଃ. ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସମାଜରେ ବଢୁଥିବା ବାଲ୍ୟବିବାହ ଓ ଶିଶୁମାନଙ୍କ ପ୍ରତି ବିଭିନ୍ନ ଅପରାଧଗୁଡ଼ିକର ସମସ୍ୟାର ସମାଧାନ ସଚେତନତା ମାଧ୍ୟମରେ ହୋଇପାରିବବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିସହିତ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସଭାଶେଷରେ ବାଲ୍ୟବିବାହ ରୋକିବା, ଶିଶୁମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱରଉତୋଳନ କରିବା, ଚାଇଲ୍ଡ ହେଲ୍ପଲାଇନ୍ ୧୦୯୮ର ବ୍ୟବହାର କରିବା, ପଂଚାୟତ ସ୍ତରର ଅଧିକାରୀ, ସଦସ୍ୟମାନଙ୍କର ଭାଗିଦାରୀ ମାଧ୍ୟମରେ ତଳ ସ୍ତରରୁ ସଚେତନତା ମାଧ୍ୟମରେ ଏହାକୁ ସମ୍ପୂର୍ଣ୍ଣ ରୋକିପାରିବା ପାଇଁ ଶପଥ ପାଠ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ ବିଜୟ କେତନ ସାହୁ ପରିଚାଳନା କରିଥିବାବେଳେ ପୋଲିସ୍ ଆର୍.ଆଇ. ପ୍ରଶାନ୍ତ କୁମାର ରଣସିଂ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande