ବିଜେପିର ବୋରିଗୁମ୍ମା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଜୟପୁର,୧୧ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ମଣ୍ଡଳ ସଭାପତି ବିଘ୍ନେଶ୍ୱର ସଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୋରିଗୁମ୍ମା ମଣ୍ଡଳ ର
ବିଜେପିର ବୋରିଗୁମ୍ମା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


ଜୟପୁର,୧୧ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ମଣ୍ଡଳ ସଭାପତି ବିଘ୍ନେଶ୍ୱର ସଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୋରିଗୁମ୍ମା ମଣ୍ଡଳ ର ପ୍ରଭାରୀ ଚିତରଞ୍ଜନ ପ୍ରଧାନ ଓ ବିଜେପିର ଜିଲ୍ଲା ଉପ ସଭାପତି ରାଜ ସିଂ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ । ପ୍ରଭାରୀ ଚିତଭାଇ ଓ ରାଜ ଭାଇ ଦଳୀୟ ସଙ୍ଗଠନକୁ ଅଧୂକ ସକ୍ରିୟ ଓ ସୁଦୃଢ଼ କରିବା ଦିଗରେ କାର୍ଯ୍ୟକର୍ତା ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ ଓବୈଠକରେ ସମ୍ମାନିତ ଅତିଥ୍ ଭାବେ ବିଜେପିର ଜିଲ୍ଲା ଯୁବମୋର୍ଚାର ଉପ ସଭାପତି ମାନସ ରଥ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ । ମଣ୍ଡଳ ର ସାଧାରଣ ସମ୍ପାଦକ ସିମାଂଚଳ ମହାରଣା, ଏମ ପ୍ରବୀଣ କୁମାର,ଉପସଭାପତି ସୌରଭ ଦୋରା, ଅଭିଳାଷ ପଟ୍ଟନାୟକ, ପି. ଜଗଦିଶ ରାଓ, ବରିଷ୍ଠ କାର୍ଯ୍ୟକର୍ତା ମୋହନ ଦୋରା, ସୁଦାମ ପାଣିଗ୍ରାହୀ, ନରହରି ପେଣ୍ଠିଆ,ଗଜେନ୍ଦ୍ର ବିଶୋଇ,ଗଙ୍ଗାଧର ହରିଜନ, ଭାସ୍କର ଗଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମଂଚ କାର୍ଯ୍ୟକ୍ରମକୁ ରଞ୍ଜନ କୁମାର ମିଶ୍ର ସଂଚାଳନ କରିଥିଲେ। ବୈଠକରେ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା, ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଓଏଥିସହ ସ୍ଥାନୀୟ ଅଂଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକର୍ତାମାନେ ଆଗଭର ହୋଇ ଲୋକ ଙ୍କ ସହ ଯୋଡ଼ି ହେବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ। ବୈଠକରେ ରେ ମଣ୍ଡଳ ଅଧୀନରେ ଥିବା ବହୁ ବରିଷ୍ଠ ନେତା, ପଂଚାୟତସ୍ତରୀୟ ପ୍ରତିନିଧ୍ ଓ ଶତାଧୂକ ଶତା ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ପରେ ବୈଠକର ପରିସମାପ୍ତି ଘଟିଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande