
ମାଲକାନଗିରି 11 ଅକ୍ଟୋବର (ହି.ସ.) ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ଫେଡେରେସନର ଉପସଭାପତି ବିଷ୍ଣୁ ନାରାୟଣ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର କାର୍ଯ୍ୟକାରୀ କମିଟି ଦ୍ବାରା କଳାହାଣ୍ଡି ଦୃଢ ସଂଗଠକ ଧିରେନ ପଟ୍ଟନାୟକ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ସଭାପତି ରୂପେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି ।
ପ୍ରକାଶ ଥାଉଉକି, ଗତ ୩୦.୬.୨୦୨୪ ରିଖରେ ସଂଗଠନର ପୂର୍ବତନ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ କରିଥିବା ବୈଠକର ନିଷ୍କତି କୁ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ଅବୈଧ ବୋଲି ଘୋଷଣା କରାଯାଇଥିଲା । ସଭାରେ ସଂଘୀୟ ବିଭାଜନ ପାଇଁ ସଭାପତି ଓ ରାଜ୍ୟ ସଂଯୋଜକ ସମ୍ବିଧାନ ଧାରା 19 ଅନୁଯାୟୀ ସଂଗଠନକୁ ଭସ୍ତିକରଣ କରି ଶିକ୍ଷକ ମହଲରେ ଯେଉଁ ବିଭ୍ରାନ୍ତି ଓ ଆଶଙ୍କା ସୃଷ୍ଟି କରିଥିଲେ ଏବଂ ମହାସଚିବଙ୍କ ଅନୁପସ୍ଥିତିରେ ଷଡ଼ଯନ୍ତ୍ର କରି ସଂଗଠନକୁ ଭକ୍ତିକରଣ ଘୋଷଣା କରି ଗଣମାଧ୍ୟମ, ରାଜ୍ୟ ପ୍ରଶାସକଙ୍କୁ ଅବୈଧ ପ୍ୟାଡ଼ ପ୍ରସ୍ତୁତ କରି ଲିଖିତ ଆକାରରେ ପ୍ରଦାନ କଲେ ତାହା ଦ୍ବାରା ଫେଢ଼େରେସନର ମର୍ଯ୍ୟଦା ଓ ଗୌରବ ନଷ୍ଟ କଲେ । ଏହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଘୋର ନିନ୍ଦା କରିଥିଲେ । ପୂର୍ବତନ ସଭାପତି ଶ୍ରୀ ତ୍ରିପାଠୀଙ୍କ ଏହି ଅସାମ୍ବିଧାନିକ କାର୍ଯ୍ୟକୁ ରାଜ୍ୟ ଫେଡେରେସନର ପୂର୍ବତନ ସଂଯୋଜକ ଉପସ୍ଥିତ ରହି ପୂର୍ଣ ସହଯୋଗ ଓ ପ୍ରୋସାହନ ଦେଇଥିବାରୁ ଉପସ୍ଥିତ ପ୍ରତ୍ୟେକ ଜିଲ୍ଲା ରାଜ୍ୟ କର୍ମକର୍ତ୍ତା ଉଭୟଙ୍କୁ ପଦରହିତ କରି ବହିଷ୍କାର କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ଉପସଭାପତି ତଥା ଆଜିକା ସଭାର ସଭାପତି ଉପସ୍ଥିତ ଫେଡ଼େରେସନର ଉପଦେଷ୍ଟା ସମ୍ବିଧାନ ସମୀକ୍ଷକମାନଙ୍କ ନିଷ୍ପତି ଜଣାଇବାକୁ ପରାମର୍ଶ ଲୋଡ଼ିଥିଲେ । ଉପଦେଷ୍ଟା ମଣ୍ଡଳୀ ଓ ସମ୍ବିଧାନ ସମୀକ୍ଷକ ସମ୍ବିଧାନର ଧାରା ୫୭ ଅନୁଯାଯୀ ରାଜ୍ୟ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ପ୍ରକାଶ କରିଥିଲେ । ସଭାପତି ସମସ୍ତଙ୍କ ପରାମର୍ଶରେ ସର୍ବସମ୍ମତିକ୍ରମେ ପୂର୍ବତନ ସଭାପତି ରମ ରଞ୍ଜନ ତ୍ରିପାଠୀ ଓ ପୂର୍ବତନ ରାଜ୍ୟ ସଂଯୋଜକ ଜ୍ୟୋତିରଞ୍ଜନ ଦାସଙ୍କୁ ପଦଉହିତ ଘୋଷଣା କରିଥିଲେ । ରାଜ୍ୟ ଫେଡ଼େରେସନର ମହାସଚିବଙ୍କ ଅନୁପସ୍ଥିତି ସମୟତକ ରାଜ୍ୟ ଉପ ସଭାନେତ୍ରୀ ସୁକାନ୍ତି ସାହୁ କାର୍ଯ୍ୟ ତୁଲାଇବା ପାଇଁ ସର୍ବସମ୍ମତି ପ୍ରକାଶ ପାଇଥିଲା । ପୁନଶ୍ଚ ରାଜ୍ୟ ଫେଡ଼େରେସନର ସଂଯୋଜକ ଭାବେ କଟକ ଜିଲ୍ଲାର ସଭାପତି ମନୋଜ କୁମାର ସ୍ୱାଇଁଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା । କୋରାପୁଟ ଜୋନର ଉପସଭାପତି ରଞ୍ଜିତ ନାୟକ ଏବଂ ଆଞ୍ଚଳିକ ସମ୍ପାଦକ ଗୋପାଳ ମିଶ୍ରଙ୍କ ସଂଘ ବିରୋଧ କାର୍ଯ୍ୟକଳାପ ପାଇଁ ତାଙ୍କୁ ପଦରହିତ କରାଗଲା । କୋରାପୁଟ ଜୋନର ଦୃଢ ସଂଗଠକ ସୁରେନ୍ଦ୍ର କୁଲଦୀପଙ୍କୁ ରାଜ୍ୟ ଉପସଭାପତି ରୂପେ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା । ଶେଷରେ ବରିଷ୍ଠ ଉପଦେଷ୍ଟା ରବୀନ୍ଦ୍ରନାଥ ଯେନା ଓ ସମସ୍ତ ଉପଦେଷ୍ଟା ମଣ୍ଡଳା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟସଭ୍ୟାମାନଙ୍କୁ ବୈଠକର ସଭାପତିଙ୍କୁ ସୁଜିତ ସାବତ ଧନ୍ୟବାଦ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ