
ମାଲକାନଗିରି, ୧୧ ଅକ୍ଟୋବର(ହି.ସ.) – ଆଜି ଅନୁଷ୍ଠିତ ହୋଇଥିବା ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନର ନୂତନ କର୍ମକର୍ତା ନିର୍ବାଚନକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ- ଖାରବେଳ ନଗର, ଭୁବନେଶ୍ୱର/ହରିପୁର ରୋଡ, କଟକ-୧ଙ୍କ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ଅକ୍ଟୋବର ୨୦୨୮ ମସିହା ପର୍ଯ୍ୟନ୍ତ ବଳବତର ରହିବ!
ସଭାପତିଭାବେ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି, ଉପସଭାପତି ଡୋକାଲ ବିଚାମ, ଉପ-ସଭାନେତ୍ରୀ ସଂଗୀତା ମହାନ୍ତି, ସାଧାରଣ ସମ୍ପାଦକ ଦାମୋଦର ଡୁରକା, ସଂଗଠନ ସମ୍ପାଦକ ଅମ୍ରିତଲାଲ ସରକାର, ସହ ସମ୍ପାଦକ ଗୋଲକବିହାରୀ ମହାନ୍ତି, ଘନଶ୍ୟାମ ନାୟକ, ବୁଦ୍ଧଦେବ ଖିଲ, ସଂଯୋଜିକା/ସଂଯୋଜକ ଆନନ୍ଦ ମାଢ଼ି, ଓ କୋଷାଧ୍ୟକ୍ଷ ଭାବେ ଗଦାଧର ସେଠିଙ୍କୁ ଚୟନ କରାଯାଇଛି!
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ