ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
Foundation stone of different roads
ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ


ଝାରସୁଗୁଡ଼ା, ୧୧ଅକ୍ଟୋବର (ହି.ସ) ଝାରସୁଗୁଡ଼ା, ୧୧ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗ୍ରାମାଞ୍ଚଳ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଦୁଇଟି ବୃହତ ସଡ଼କ ଉନ୍ନୟନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୧୮୫.୫୧ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ‘ଏନ୍.ଏଚ୍.-୨୦୦ ଠାରୁ ଦଣ୍ଡାବୁଡ଼ ପର୍ଯ୍ୟନ୍ତ’ ରାସ୍ତା ନିର୍ମାଣ କାର୍ଯ୍ୟ ଏବଂ ୨୯୬.୪୭ ଲକ୍ଷ ଟଙ୍କା ବ୍ୟୟରେ ‘ଏନ୍.ଏଚ୍.୪୯ ଠାରୁ ରଜାମାଲ ପର୍ଯ୍ୟନ୍ତ’ ରାସ୍ତା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି।ମୋଟ ୪ କୋଟି ଟଙ୍କା ବ୍ୟୟଅଟକଳରେ ନିର୍ମିତ ହେବାକୁ ଥିବା ଏହି ଦୁଇଟି ସଡ଼କ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଗମନାଗମନ ସମସ୍ୟା ସ୍ଥାୟୀ ଭାବେ ଦୂର ହେବା ସହ କୃଷି, ବ୍ୟବସାୟ ଓ ସାମାଜିକ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ସୁଧାର ଆସିପାରିବ। କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କା ଓ ଝିର୍ଲାପାଲି ସରପଞ୍ଚ ଶ୍ରୀମତୀ ତିଳୋତ୍ତମା ଛଛାନ ଉପସ୍ଥିତ ଥିଲେ। ଏହା ସହିତ ରାଜେଶ ଦାସ, ଲିଙ୍କନ ତୋଣ୍ଡକାର, ଅଭୟ ନାୟକ, ସୁମନ୍ତ ଭଇଁସା, ଭାଗିରଥୀ ଛତ୍ରିଆ, ଅସିତ୍ ରାଓ, ସୂରଜ ପଟେଲ୍, ଆନନ୍ଦ ଭଞ୍ଜ, ସାବିତ୍ରୀ ଜୟପୁରୀୟା ଏବଂ ଆୟୁଷ ସରାଫ୍ ପ୍ରମୁଖ ସାମିଲ ରହିଥିଲେ। ନିର୍ଦ୍ଧାରିତ ସମୟସୀମା ଏବଂ ଉଚ୍ଚ ଗୁଣବତ୍ତା ବଜାୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande