ଲୋକତନ୍ତ୍ର ସେନାନୀ ସଂଘ ଓଡିଶା ରାଜ୍ୟ ଶାଖା ତରଫରୁ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ୧୨୪ତମ ଜୟନ୍ତୀ ପାଳନ
କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - କେନ୍ଦୁଝରଗଡ ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଲୋକତନ୍ତ୍ର ସେନାନୀ ସଂଘ ଓଡିଶା ଶାଖା ତରଫରୁ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କର ୧୨୪ତମ ଜୟନ୍ତୀ ପୂର୍ବତନ ବିଧାୟକ କ୍ଷୀରୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମ
Jayprakash


କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - କେନ୍ଦୁଝରଗଡ ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଲୋକତନ୍ତ୍ର ସେନାନୀ ସଂଘ ଓଡିଶା ଶାଖା ତରଫରୁ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କର ୧୨୪ତମ ଜୟନ୍ତୀ ପୂର୍ବତନ ବିଧାୟକ କ୍ଷୀରୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବରେ କେନ୍ଦୁଝର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାୟକ, ପୌରାଧ୍ୟକ୍ଷା ନିଜ ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାକ୍ତନ ବିଭାଗ ପ୍ରଚାରକ ଛୋଟଲାଲ ମହାନ୍ତ, ଇଂ ଅମରବର ଖଟୁଆ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବରେ ସେନାନୀର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଜଗଦେବ ଯୋଗଦେଇ ନୂତନ ପିଢିକୁ ଦେଶ ସୁରକ୍ଷାରେ ବ୍ରତି ହେବା ପାଇଁ ଆହ୍ନ ଦେଇଥିଲେ । ସେନାନୀର ସଂପାଦକ ଶ୍ରୀଧର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଉପ-ସଭାପତି ସତ୍ୟନାରାୟଣ ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ସହିତ ମଂଚ ପରିଚାଳନା କରିଥିଲେ । ସେନାନୀର ଅନ୍ୟତମ ସଦସ୍ୟ ଗଦାଧର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ସଭା ପ୍ରାରମ୍ଭରେ ଦିବଂଗତ ସେନାନୀ ବେଦପ୍ରକାଶ ଗୋୟଲ, ଗୁରୁଚରଣ ଜେନା, ହେମନ୍ତ କୁମାର ଜେନା, ଦୁର୍ଗାପ୍ରସାଦ ଦଳେଇ ଓ ସୁରେଶ ଚନ୍ଦ୍ର ପାଢୀଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande