ମହାଳୟାରେ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ
ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ରାମଜୀ ମନ୍ଦିର ଛକରେ ସନ୍ଧ୍ୟାରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଆଖପାଖ ଅଂଚଳର ପରଲୋକ ଗମନ କରିଥିବା ବ୍ୟକ୍ତିମାନଙ୍କ
ମହାଳୟାରେ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ


ମହାଳୟାରେ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ


ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ରାମଜୀ ମନ୍ଦିର ଛକରେ ସନ୍ଧ୍ୟାରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଆଖପାଖ ଅଂଚଳର ପରଲୋକ ଗମନ କରିଥିବା ବ୍ୟକ୍ତିମାନଙ୍କର ଶତାଧିକ ଫଟୋକୁ ସୁସଜ୍ଜିତ ଭାବେ ସଂସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜା, ମହାରାଜା, ଦେଶପ୍ରେମୀ, ରାଜନେତା, ଦେଶ ସେବକ ତଥା ସାଧାରଣ ଜନତାଙ୍କ ଫଟୋ ସବୁକୁ ସ୍ଥାନିତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଫେସର ତଥା ସଂଚାରବାଦକ କ୍ଷମାନିଧି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ଏହି ପାର୍ବଣକୁ ଉଦ୍ଘାଟନ କରିଥିଲେ। ପରେ ପରେ ସ୍ଥାନୀୟ ଜନସାଧାରଣ ଓ ମହିଳାମାନେ ନିଜ ନିଜର ଆତ୍ମୀୟ ସହୋଦରଙ୍କ ଫଟୋକୃତିରେ ଧୂପ, ଦୀପ, ଚନ୍ଦନ ଓ ଦୂବ ପ୍ରଦାନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କ୍ଷମାନିଧି ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ପ୍ରେମଚାନ୍ଦ ମହାନ୍ତି, ଡ. ଭବାନୀ ଶଙ୍କର ପଟେଲ, ଉପଦେଷ୍ଟା ଜୟରାମ ମିଶ୍ର, କପିଳ ପତି, ନଳିନୀପ୍ରଭା ଉଦ୍ଗାତା ପ୍ରମୁଖ ପିତୃ ପୁରୁଷଙ୍କୁ ତର୍ପଣ, ଶ୍ରାଦ୍ଧ ଓ ଦୀପଦାନ କରି ଭକ୍ତି ନୈବେଦ୍ୟ ଅର୍ପଣ କଲେ ପିତୃ ପୁରୁଷଙ୍କ ଆଶିର୍ବାଦ ନିଶ୍ଚିତ ମିଳିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସାମୁହିକ ଦୀପଦାନ କାର୍ଯ୍ୟକ୍ରମରୁ ଜୀବିତ ପିତାମାତାଙ୍କ ତଥା ବାର୍ଦ୍ଧକ୍ୟ ଜନିତ ବାଧିତଜନଙ୍କୁ ସେବା କରିବାର ପ୍ରେରଣା ମିଳୁ ପାରୁଛି ବୋଲି ମଧ୍ୟ ବକ୍ତାମାନେ ଦୃଢତାର ସହିତ ମତ ପ୍ରଦାନ କରିଥିଲେ। ସଂପାଦକ ସୁନାଧର ବନଛୋର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କଲରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଦୁର୍ଗା ଚରଣ ସାହୁ, ଧିରେନ୍ଦ୍ର ନାରାୟଣ ସିଂଦେଓ, ପ୍ରଶାନ୍ତ କୁମାର ଷଡଙ୍ଗୀ, ସାଧୁରାମ ସାହୁ, କହ୍ନାଇ ଭରାସାଗର, ଅରୁଣ କୁମାର ଖୁଆସ, ରାମ ଶଙ୍କର ଶତପଥି, ସୀତାଂଶୁ ଶେଖର ନାୟକ, ନିରୁପମା ପାଣିଗ୍ରାହୀ, ବଳିଷ୍ଠ ପଧାନ, ଅମିୟ କୁମାର ମଲ୍ଲିକ, ପ୍ରଦୀପ ପସାୟତ, ନିହାରିକା ମିଶ୍ର, ଚୁଡେନ୍ଦ୍ର କୁମାର ବେହେରା, ଗୋପାଳ ଚନ୍ଦ୍ର ହୋତା, ଡ. ଅଶୋକ କୁମାର ସେଠୀ, ଶୁଭେନ୍ଦ୍ର ନେପାକ ଓ ମଦନ ମୋହନ ରଥ। ଶେଷରେ ଉପସଭାପତି ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande