ମାଥିଲି ବ୍ଲକ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ମାଲକାନଗିରି , ୧୧ ଅକ୍ଟୋବର (ହି.ସ.) - ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ସଭାପତି ମାନସ ମାଡକାମୀ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ପରିଷଦ ଜୋନ୍ - ୧ କୀଆଙ୍ଗ ହାଟ ପଦା ଠାରେ ମାଥିଲି ବ୍ଲକ୍ ବିଜୁ ଜନ
ମାଥିଲି ବ୍ଲକ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ


ମାଲକାନଗିରି , ୧୧ ଅକ୍ଟୋବର (ହି.ସ.) - ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ସଭାପତି ମାନସ ମାଡକାମୀ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ପରିଷଦ ଜୋନ୍ - ୧ କୀଆଙ୍ଗ ହାଟ ପଦା ଠାରେ ମାଥିଲି ବ୍ଲକ୍ ବିଜୁ ଜନତା ଦଳ ର ସଭାପତି ସଦା ଶିବ ପୂଜାରୀ ଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଆଜିର ଜନ ସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ପୂର୍ବତନ ବିଧାୟକ, ଜନ ଜାତି ସେଲ୍ ରାଜ୍ୟ ଉପ ସଭାପତି ତଥା ବରିଷ୍ଠ ମୁଖପାତ୍ର ମାନସ ମାଡକାମି ଯୋଗ ଦେଇ କହିଛନ୍ତି, ବିଜେଡି ସେବାରେ ବିଶ୍ୱାସ କରେ । ବିକାଶରେ ବିଶ୍ୱାସ କରେ । ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ ମଡେଲ୍ ରାଜ୍ୟ ହୋଇ ପାରିଥିଲା । ଏ ଅପାରଗ ଡବଲ୍ ଇଞ୍ଜିନ୍ ବିଜେପି ସରକାର ଅଢ଼େଇ ବର୍ଷରେ ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲାଣି। ପଦଯାତ୍ରା ସମୟରେ ଡବଲ୍ ଇଞ୍ଜିନ୍ ସରକାରର ବିଫଳତାକୁ ଘରେ ଘରେ ପହଂଚାଇ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀ ମାଡକାମୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଆୟୋଜିତ ମାଥିଲି ବ୍ଲକ ପରିଷଦ ଜୋନ୍ - ୧ ଜନ ସମ୍ପର୍କ ପଦଯାତ୍ରା ସମାବେଶରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ସମାରି ତାଙ୍ଗୁଲ , ଜିଲ୍ଲା ପରିଷଦ ସଭ୍ୟା ତଥା ରାଜ୍ୟ ବିଜୁ ମହିଳା ସାଧାରଣ ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ , ସଂଖ୍ୟା ଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା , ଜିଲ୍ଲା ଯୁବ ସଭା ପତି ଶ୍ରୀନିବାଶ ମୁଦୁଳି, ମାଲକାନଗିରି ବିଜେଡି ଜିଲ୍ଲା ଉପ ସଭାପତି ଉଦୟ ନାଥ ମାଦ୍ରୀ, ଜିଲ୍ଲା ବିଜୁ ମହିଳା ଉପ ସଭା ନେତ୍ରୀ ତଥା ମେକା ସରପଂଚ ରଞ୍ଜିତା ପୂଜାରୀ , ଜିଲ୍ଲା ବିଜୁ ମହିଳା ସାଧାରଣ ସମ୍ପାଦିକା ପ୍ରଶାନ୍ତିଲତା ବିଶୋଇ ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ,ବିଜେଡି ବରିଷ୍ଠ ନେତା ତଥା ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ,ବରିଷ୍ଠ ଯୁବ ନେତା ରାଜ ନାୟକ , ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା,ମାଥିଲି ବ୍ଲକ ବିଜୁ ମହିଳା ସଭାନେତ୍ରୀ ମଞ୍ଜୁ ଗୌଡ଼ ପ୍ରମୁଖ ଙ୍କ ସହ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତା ଏବଂ ସମସ୍ତ ସରପଂଚ,ସମିତି ସଭ୍ୟ, ସଭ୍ୟା ଙ୍କ ସହ ଦୁଇ ହଜାର ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande