ପରିବାର ପାଖକୁ ଫେରିଲେ ମାନସିକ ଅସୁସ୍ଥ ମହିଳା
Mental patient return to her home
ପରିବାର ପାଖକୁ ଫେରିଲେ ମାନସିକ ଅସୁସ୍ଥ ମହିଳା


ଝାରସୁଗୁଡ଼ା, , 11 ଅକ୍ଟୋବର (ହି.ସ.)ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଝିର୍ଲାପାଲି ଅଞ୍ଚଳରୁ ଗତ ମାର୍ଚ୍ଚ ୩ ତାରିଖରେ ଏକ ମାନସିକ ଅସୁସ୍ଥ ଅସହାୟା ମହିଳାଙ୍କୁ ଲଇକେରା ପୋଲିସ ଉଦ୍ଧାର କରିଥିଲା। ଉଦ୍ଧାର ପରେ ମହିଳାଙ୍କ ଚିକିତ୍ସା ଓ ସୁରକ୍ଷିତ ଥଇଥାନ କରାଯିବା ସହ ତାଙ୍କ ପରିଚୟ ଖୋଜିବା ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଥିଲା। ନିରନ୍ତର ପ୍ରୟାସ ପରେ ଉକ୍ତ ମହିଳାଙ୍କ ନାମ ଏବଂ ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ନଦିଆ ଜିଲ୍ଲା ହଂସଖାଲି ଥାନା ଅନ୍ତର୍ଗତ ପାଟିକାବାରୀ ଅଞ୍ଚଳରେ ବୋଲି ଚିହ୍ନଟ କରାଯାଇଥିଲା। ଏହି ସୂଚନା ମିଳିବା ପରେ ତୁରନ୍ତ ତାଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା। ଖବର ପାଇ ମାଧୁରୀଙ୍କ ଝିଅ ତାଙ୍କ ମା'ଙ୍କୁ ନେବା ପାଇଁ ଝାରସୁଗୁଡ଼ା ପହଞ୍ଚିଥିଲେ।ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ କାଗଜପତ୍ର ଯାଞ୍ଚ ପରେ ମାଧୁରୀଙ୍କୁ ତାଙ୍କ ଝିଅଙ୍କ ହାତକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। ଦୀର୍ଘ ସାତ ମାସ ପରେ ହଜିଯାଇଥିବା ମା'କୁ ଫେରିପାଇ ପରିବାର ତରଫରୁ ପୋଲିସ ତଥା ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande