

ଜୟପୁର, ୧୧ ଅକ୍ଟୋବର (ହି.ସ.) - ଜୟପୁରରେ ନବରାତ୍ର ନେଇ ପୀଠ ଚଂଚଳ ହୋଇ ଉଠିଛି । ଜୟପୁରର ଅଧିଷ୍ଟାତ୍ରୀ ମା ଭଗବତି ମନ୍ଦିର, ମାଁ ଦକ୍ଷିଣ କାଳିକା, ମା ବସନ୍ତାୟୀ, ମା ଜଗତ ଜନନୀ, ମା ସାତ ଭଉଣି , ମା ଉଗ୍ରତାରା, ମା ମଙ୍ଗଳା ମନ୍ଦିର , ଗଙ୍ଗା ମା ମନ୍ଦିରରେ ଭକ୍ତ ମାନେ ଦୀପ ଜାଳି ନବରାତ୍ର ଆରମ୍ଭ କରିଛନ୍ତି । ଭକ୍ତ ମାନେ ଆଜି ଠାରୁ ଦିପ ଜାଳି ନବରାତ୍ର ପୁଜା ଆରମ୍ଭ କରିଛନ୍ତି । ଆଜି ଠାରୁ ମା ଭଗବତୀଙ୍କ ବିଜୟା ଭ୍ରମଣରେ ବାହାରିବେ । ଦଶହରା ନେଇ ଲୋକଙ୍କ ଗହଳି ଆରମ୍ଭ ହେବାର ଦେଖିବାକୁ ମିଳିଲାଣି। ସେହିପରି ଜୟପୁର ସହରେ ମୃଣୟ ମୂର୍ତି ପୁଜା ଆରମ୍ଭ ହୋଇଛି । ଆଜି ୩ଟି ମଣ୍ଡପରେ ପୁଜା ଆରମ୍ଭ ହୋଇଛି । ଜୟପୁର ରଜାନହର ସ୍ଥିତ ଦୁର୍ଗା ମଣ୍ଡପ,ଜୟପୁର ଘରୋଇ ବସ୍ ମାଲିକ ସଂଘ ଓ ଜୟନଗର ପାଇକ ସାହି ପୁଜା ମଣ୍ଡପରେ ମୁୃଣୟ ମୂର୍ତି ପୁଜା ଆରମ୍ଭ ହୋଇଛି । ଏ ବର୍ଷ ମଧ୍ୟ ଜୟପୁର ଦଶହରାରେ ରଙ୍ଗାରଙ୍ଗ୍ କାର୍ଯ୍ୟକ୍ରମରେ ଜୟପୁର ବୋଲି ଜୟପୁର ଦଶହରା କମିଟି ଅଧ୍ୟକ୍ଷ ତଥା ବିଧାୟକ ତାରାପ୍ରସାଦ ବାହିନିପତି କହିଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଖୁବ ଆଡମ୍ବରରେ ପୂଜା ଆରମ୍ଭ କରାଯାଇଛି । ଜୟପୁରରେ ମାଦଳା ସାହି, ପାୱାର ହାଉସ୍, ରିକ୍ସା ଷ୍ଟାଣ୍ଡ, ଗାନ୍ଧି ଛକ ବଣିକ ସଂଘ, ସରକାରି ବସ୍ ଷ୍ଟାଣ୍ଡରେ ମଧ୍ୟ ପୁଜା ମଣ୍ଡପ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି